ବାଲେଶ୍ଵର ସହରରେ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ବାଲେଶ୍ବର: ବାଲେଶ୍ଵର ସହରରେ ଲାଗୁ ହେଲା ନାଇଟ କର୍ଫ୍ୟୁ। ସୋମବାର ଠାରୁ ଲାଗୁ ହୋଇଥିବା ଏହି ନାଇଟ କର୍ଫ୍ୟୁ ଅନୁସାରେ, ଆସନ୍ତା ୨୧ ତାରିଖ ଯାଏ ରାତି ୧୦ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବି। ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବାବେଳେ, ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ପୋଲିସ ମାଇକ ଯୋଗେ ଲୋକଙ୍କୁ ସଚେତନ କରୁଛି।ତେବେ ନିୟମ ଉଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ସମସ୍ତ ଦୋକାନୀ ଓ ବ୍ୟବସାୟୀଙ୍କୁ ଏହି ନିୟମ ଅନୁପାଳନ କରିବାକୁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି। ତେବେ ଜିଲ୍ଲା ଏହି ସମୟରେ ଜରୁରୀ ସେବା ଯଥା ସ୍ୱାସ୍ଥ୍ୟ, ପୋଲିସ୍ ଓ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟକୁ ବାଦ୍ ଦିଆଯାଇଛି।ଶୁକ୍ରବାର ଦୁର୍ଗାପୂଜା ଭସାଣୀ ସମୟରେ ବାଲେଶ୍ବର ସହରରେ ଉତ୍ତେଜନା ଦେଖିବାକୁ ମିଳିଥିଲା।ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଇ ପୋଲିସ ଏହି ନାଇଟ୍ କର୍ଫ୍ୟୁ ଜାରି କରିଛି l

Leave a Reply

Your email address will not be published. Required fields are marked *