ଭୁବନେଶ୍ୱର: ଭୂବନେଶ୍ୱର ଉପକଣ୍ଠ କେଶୁରା, ଆଶୁତୋଷ ନଗର ସ୍ଥିତ କମ୍ୟୁନିଟି ହଲ ଠାରେ “ନିଃସ୍ୱାର୍ଥ ଦାତବ୍ୟ ଟ୍ରଷ୍ଟ” ଆନୁକୂଲ୍ୟ ରେ ସକାଳ 10 ଘଟିକା ସମୟରେ ଏକ ସାମାଜିକ ତଥା ସମାଜସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯଥା- ବୃକ୍ଷ ରୋପଣ, ରକ୍ତଦାନ ଶିବିର ଏବଂ ଗରିବ ଅସହାୟ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ l ଏହି କାର୍ଯ୍ୟକ୍ରମରେ ସଂସ୍ଥା ର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀଯୁକ୍ତ ରଞ୍ଜନ କୁମାର ସାମଲ ଙ୍କ ପୋରହିତରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ସମ୍ମାନୀୟ ଅତିଥି ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ସାହୁ ଏବଂ ଓଡିଶା ରାଜ୍ୟ ବିଜେପି ବରିଷ୍ଠନେତା ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ,ଭୁବନେଶ୍ୱର 45 ନଂ ୱାର୍ଡ ର କର୍ପୋରେଟର ସମ୍ମାନିୟ ଅତିଥି ଭାବେ ଯୋଗଦାନ କରି ଏହି ସମାଜସେବା କାର୍ଯ୍ୟକ୍ରମ ଉଦ୍ୟମକୁ ପ୍ରଶଂସା କରିବା ସହିତ ଭବିଷ୍ୟତରେ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ପ୍ରଶାନ୍ତ ରାଉତ ସହିତ ANCC ର ସମସ୍ତ ସଭ୍ୟ ତଥା ଆଶୁତୋଷ ନଗର ର ଅଧିକାଂଶ ମହିଳାମାନେ ଏହି କାର୍ଯ୍ୟକ୍ରମଗୁଡିକୁ ସୂଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ଜଳ ର ବାବସ୍ଥା କରାଯାଇଥିଲା l
ନିଃସ୍ୱାର୍ଥ ଦାତବ୍ୟ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ
