ଓଏଏସ ଅଧିକାରୀ ଙ୍କୁ ମାଡ଼ ନିନ୍ଦା କଲେ ନବୀନ: ଛୁଟି ରେ ରହିବେ ଓଏଏସ ଅଧିକାରୀ

ବିଏମସି କାର୍ଯ୍ୟାଳୟରେ ଆକ୍ରମଣ ଘଟଣାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଥିବା ବେଳେ ଦୃଢ଼ ନିନ୍ଦା କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ନବୀନ । ଅଭିଯୁକ୍ତଙ୍କ ପଛରେ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆକ୍ରମଣ ପଛରେ ଥିବା ରାଜନେତାଙ୍କ ଉପରେ ମଧ୍ୟ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଦାବି କରିଛନ୍ତି । ଯେଉଁଠି ବରିଷ୍ଠଅଧିକାରୀକାର୍ଯ୍ୟାଳୟରେ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ନାଗରିକ ସରକାରଙ୍କଠୁ କଣ ଆଶା କରିବେ ବୋଲି ପ୍ରଶ୍ନ କରିବା ସହ, ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା ରହିଥିବା ନବୀନ କହିଛନ୍ତିl

ସେହିପରି ଘଟଣାକୁ ଓଏଏସ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ସମସ୍ତ ଓଏଏସ ଅଧିକାରୀ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଘଟଣାରେ ସମ୍ପୃକ୍ତ ସମସ୍ତ ଅଧିକାରୀ ଗିରଫ ନ ହେବା ଯାଏ ସଂଘ ପ୍ରତିବାଦ ଜାରି ରଖିବ ବୋଲି ନିଷ୍ପତ୍ତି ନେଇଛି। ଏହି ଘଟଣାପାଇଁ ୩ଜଣଙ୍କୁ ଗିରଫ କରାଯାଇଛି । ଜୀବନ ରାଉତ, ରଶ୍ମି ମହାପାତ୍ର, ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଛି । ଅତିରିକ୍ତ କମିସରଙ୍କ ଏତଲା ଆଧାରରେ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *