OSSSC ବାତିଲ କଲା ଆରଆଇ-ଅମିନ ପ୍ରିଲିମ୍‌ ପରୀକ୍ଷା

ଭୁବନେଶ୍ବର: ଆରଆଇ ଅମିନ ମିଳିତ ପ୍ରିଲିମ୍‌ ଓ ମୁଖ୍ୟ ପରୀକ୍ଷା ରଦ୍ଦ । ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ରେଭେନ୍ୟୁ ଇନ୍‌ସ୍ପେକ୍ଟର (RI), ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍‌ସ୍ପେକ୍ଟର (ARI), ଅମିନ ଏବଂ ଆଇସିଡ଼ିଏସ ସୁପରଭାଇଜର ପଦବୀ ପାଇଁ ଆୟୋଜିତ କମ୍ବାଇନ୍‌ଡ ରିକ୍ରୁଟମେଣ୍ଟ ଏକ୍ସାମିନେସନ (CRE) ୨୦୨୪ର ପ୍ରିଲିମିନାରୀ ପରୀକ୍ଷା ବାତିଲ କରିଛି। ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ପ୍ରିଲିମିନାରୀ ପରୀକ୍ଷା ରଦ୍ଦ କରାଯାଇଥିବା ବେଳେ ଆସନ୍ତା ଅଗଷ୍ଟ ୧ରୁ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମୁଖ୍ୟ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି।

ବାତିଲ ପରୀକ୍ଷାର ସ୍ଥାନରେ ୧୫ ଦିନ ଭିତରେ ଏକ ସାନି ପ୍ରିଲିମିନାରୀ ପରୀକ୍ଷା ଆୟୋଜନ କରାଯିବ ବୋଲି OSSSC ଘୋଷଣା କରିଛି। ତେବେ, ଏହି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ପୁନଶ୍ଚ ଆବେଦନ କରିବାକୁ ପଡ଼ିବ ନାହିଁ, ଏବଂ ପୂର୍ବରୁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।ସୂଚନାଥାଉକି, ଗତବର୍ଷ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରିଲିମିନାରୀ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିଥିଲା। ଏହାକୁ ନେଇ ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଓଏସ୍‌ଏସ୍‌ଏସ୍‌ସି ନିଷ୍ପତ୍ତି ନେଇ ପ୍ରିଲିମ୍‌ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ପାସ୍‌ ଘୋଷଣା କରି ମେନ୍‌ ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ଦେଇଥିଲା। ଫଳରେ ପ୍ରାୟ ୫ ଲକ୍ଷ ପରୀକ୍ଷାର୍ଥୀ ମେନ୍‌ ପରୀକ୍ଷା ପାଇଁ ଯୋଗ୍ୟ ହୋଇଥିଲେ। କିନ୍ତୁ ନିୟମ ଅନୁସାରେ ମେନ୍‌ ପରୀକ୍ଷା ପାଇଁ ଖାଲି ପଦବୀର ୫ ଗୁଣ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯିବାର । ଏହି ନିୟମର ଉଲ୍ଲଂଘନ ହେତୁ କିଛି ପ୍ରାର୍ଥୀ ଓଡ଼ିଶା ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ।

Leave a Reply

Your email address will not be published. Required fields are marked *