ବୋତଲ ରେ ଦିଆଯିବନି ପେଟ୍ରୋଲ:ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ

ଭୁବନେଶ୍ୱର: ରାଜ୍ୟରେ ସାଂପ୍ରତିକ ଘଟଣାକୁ ଦେଖି ଜୁଲାଇ ୨୧ରୁ ଆଉ ଖୋଲାରେ ପେଟ୍ରୋଲ୍ ଦିଆଯିବ ନାହିଁ ବୋଲି କହିଛନ୍ତି ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର। ପେଟ୍ରୋଲ୍ ପମ୍ପରେ କେବଳ ଗାଡ଼ିରେ ହିଁ ପେଟ୍ରୋଲ୍ ଦିଆଯିବ। ନିୟମ ଥିଲେ ମଧ୍ୟ ପେଟ୍ରୋଲ୍ ପମ୍ପରେ ଏହା ପାଳନ ହେଉନଥିଲା। ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ଏହି ନିଷ୍ପତ୍ତି ନେଇଛି। ଫଳରେ ଏବେ ଆଉ କେହି ବି ବୋତଲ ନେଇକି ଗଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲ୍ ମିଳିବ ନାହିଁ।

ସଂଘ ପକ୍ଷରୁ କୁହାଯାଇଛି ଯେ, ପେଟ୍ରୋଲ ପମ୍ପରେ ବୋତଲ ଉପରେ କଡ଼ା କଟକଣା ରହିବ। ଏ ନେଇ ଗତକାଲି ସଂଘର ମିଟିଂ ସରିଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କେବଳ ସାମ୍ପୁଲ ଓ ଗାଡ଼ିରେ ପେଟ୍ରୋଲ ଦେବାକୁ ନିୟମ କରାଯାଇଛି। ତେଣୁ କୌଣସି ପରିସ୍ଥିତିରେ ବୋତଲରେ ତେଲ ଦିଆଯିବ ନାହିଁ । ଅତି ଆବଶ୍ୟକ ପରିସ୍ଥିତିରେ ପେଟ୍ରୋଲ କ୍ରେତାଙ୍କ ଆଧାରକାର୍ଡ଼ ଜେରକ୍ସ ରଖି ପେଟ୍ରୋଲ ଦିଆଯିବ। ଏହା ସହିତ, ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କୁ ମଧ୍ୟ ନିୟମ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଗ୍ରାହକମାନଙ୍କୁ ମଧ୍ୟ ନିୟମ ପାଳନ କରି କେବଳ ଗାଡ଼ିରେ ପେଟ୍ରୋଲ ଭରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *