ମୁଲାୟମ ସିଂହଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ପରଲୋକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କ ପରିବାରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମୁଲାୟମଙ୍କ ସାନ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସାନ ଭାଇ ପ୍ରତୀକ ଯାଦବଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୮ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ବୁଧବାର ସକାଳେ ପ୍ରତୀକଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଲକ୍ଷ୍ନୌ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତରଙ୍କ କହିବା ଅନୁସାରେ, ହସ୍ପିଟାଲକୁ ଅଣାଯିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପ୍ରତୀକଙ୍କ ପତ୍ନୀ ଅପର୍ଣ୍ଣା ଯାଦବ ବର୍ତ୍ତମାନ ବିଜେପିର ଜଣେ ଜଣାଶୁଣା ନେତ୍ରୀ। ରାଜନୈତିକ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ପ୍ରତୀକ କେବେ ସକ୍ରିୟ ରାଜନୀତିକୁ ଆସିନଥିଲେ। ସେ ନିଜର ବ୍ୟବସାୟ ଏବଂ ଫିଟନେସ୍ ଦୁନିଆରେ ବେଶ୍ ପରିଚିତ ଥିଲେ। ଲକ୍ଷ୍ନୌରେ ତାଙ୍କର ନିଜସ୍ୱ ଏକ ବିଶାଳ ଜିମ୍ ରହିଛି ଏବଂ ସେ ନିଜେ ଜଣେ ବଡ଼ ଫିଟନେସ୍ ପ୍ରେମୀ ଥିଲେ।

Leave a Reply

Your email address will not be published. Required fields are marked *