ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣକୁ ମିଳିଲା ଗ୍ରୀନ୍ ସିଗ୍‌ନାଲ୍‌

ପୁରୀ: ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି। ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ। ଓଡ଼ିଶାର ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ନୀତିଗତ ଷ୍ଟେଜ୍-୧ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ କିଛି ସର୍ତ୍ତ ସହିତ ଅନୁମତି ଦେଇଛନ୍ତି। ନୀତିଗତ ଭାବେ ରାଜି, କିନ୍ତୁ ଚୂଡ଼ାନ୍ତ ଅନୁମତି ପୂର୍ବରୁ କିଛି ନିୟମ ପାଳନ କରିବାକୁ ପଡ଼ିବ। କ୍ଷତିପୂରଣ ହେଉଥିବା ପାଇଁ ଅନ୍ୟ ସ୍ଥାନରେ ନୂଆ ଗଛ ଲଗାଇବାକୁ ହେବ । ଜଙ୍ଗଲ ଜମି ବ୍ୟବହାର ପାଇଁ ଆବଶ୍ୟକ ଖର୍ଚ୍ଚ ଭରଣା କରିବାକୁ ହେବ। ସ୍ଥାନୀୟ ପ୍ରଶାସନ ଏବଂ ଆବଶ୍ୟକ ସ୍ଥଳେ ଜନଜାତିଙ୍କ ସହମତି ନେବା । ଜୀବଜନ୍ତୁ ଓ ପରିବେଶର ଯତ୍ନ ନେବା ପାଇଁ ବ୍ୟବସ୍ଥା କରିବା । ରାଜ୍ୟ ସରକାର କିମ୍ବା ବିମାନବନ୍ଦର କର୍ତ୍ତୃପକ୍ଷ ସମସ୍ତ ସର୍ତ୍ତ ପୂରଣ କରିବେ । ଏହାପରେ ଷ୍ଟେଜ୍-୨ ବା ଚୂଡ଼ାନ୍ତ ଅନୁମତି ପାଇଁ ଆବେଦନ କରିପାରିବେ । ଷ୍ଟେଜ୍-୨ ପରେ ସମ୍ପୂର୍ଣ୍ଣ ଆଇନଗତ ଅନୁମତି ମିଳିବ । ବିମାନବନ୍ଦରର ନିର୍ମାଣ କାମ ଆରମ୍ଭ ହୋଇପାରିବ । ତେଣୁ, ପୁରୀ ବିମାନବନ୍ଦର ପାଇଁ ଏହା ଏକ ଶୁଭ ସଙ୍କେତ, କିନ୍ତୁ ସମ୍ପୂର୍ଣ୍ଣ ଅନୁମତି ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ହେବ।

Leave a Reply

Your email address will not be published. Required fields are marked *