ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ଶତବାର୍ଷିକୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ RSSର ଅବଦାନକୁ ଦର୍ଶାଇ ଏକ ସ୍ମାରକୀ ଡାକ ଟିକେଟ୍ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ଭାରତ ସରକାର ସଂଘର ଗୌରବମୟ ୧୦୦ ବର୍ଷର ଯାତ୍ରାକୁ ସ୍ମରଣ କରିବା ପାଇଁ ଆଜି ସ୍ବତନ୍ତ୍ର ଡାକ ଟିକେଟ୍ ଏବଂ ସ୍ମାରକୀ ମୁଦ୍ରା ଜାରି କରିଛନ୍ତି । ୧୦୦ ଟଙ୍କାର ଏହି ମୁଦ୍ରାରେ ଗୋଟିଏ ପାର୍ଶ୍ୱରେ ଜାତୀୟ ପ୍ରତୀକ ଏବଂ ଅନ୍ୟ ପାର୍ଶ୍ୱରେ ସିଂହ ସହିତ ମୁଦ୍ରାରେ ଭାରତ ମାତାର ଏକ ମହିମାମୟ ପ୍ରତିଛବି ରହିଛି ।RSS ଦଶହରାରୁ ଏହାର ଶତବାର୍ଷିକୀ ବର୍ଷ କାର୍ଯ୍ୟକ୍ରମ ଆରମ୍ଭ କରୁଛି । ଏହି କାର୍ଯ୍ୟକ୍ରମ ଅଧୀନରେ ୨ ଅକ୍ଟୋବର ୨୦୨୫ରୁ ୨୦ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ ୭ଟି ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
Related Posts
ଶପଥ ନେଲେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ
- ତେଜସ୍ୱିନୀ
- April 6, 2026
- 0
ସରିଲା ରତ୍ନଭଣ୍ଡାର ମରାମତି; ଆସନ୍ତାକାଲି ଅଳଙ୍କାର ସ୍ଥାନାନ୍ତର
- ତେଜସ୍ୱିନୀ
- September 22, 2025
- 0
ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବେ ରାଜ୍ୟ ସରକାର
- ତେଜସ୍ୱିନୀ
- August 12, 2025
- 0
