ଶ୍ମଶାନକୁ ଆସିଥିବା ଶବ ଜୁଇ ଜଳିବା ଆଗରୁ ଜୀବନ୍ତ ହେଲା

ପୁରୀ: ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛି ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ। ଘଟଣା ଜଣାପଡିବା ପରେ ସବୁଠି ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାଇ, ସମ୍ପୃକ୍ତ ବୃଦ୍ଧାଙ୍କ ନାମ ହେଉଛି ପି.ଲକ୍ଷ୍ମୀ ଏବଂ ତାଙ୍କ ବୟସ ୮୫ ବର୍ଷ। ବୃଦ୍ଧାଙ୍କ ଘର ଗଞ୍ଜାମ ଜିଳ୍ଲା ପୋଲସରା ଅଞ୍ଚଳର। ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିବା ଜାଣି ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଵର୍ଗଦ୍ଵାରକୁ ସତ୍କାର ପାଇଁ ଆଣିଥିଲେ। ସ୍ଵର୍ଗଦ୍ଵାରରେ ମୃତଦେହ ପହଞ୍ଚିବା ପରେ ସତ୍କାର ପାଇଁ ରହିଥିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସ୍ଵର୍ଗଦ୍ଵାର କର୍ମଚାରୀ ଲକ୍ଷ୍ମୀଙ୍କ ମୃତ୍ୟୁ ପ୍ରମାଣପତ୍ର ପରିବାର ଲୋକଙ୍କୁ ମାଗିଥିଲେ। ମାତ୍ର ସେମାନେ ତାହା ଦେଇପାରି ନ ଥିଲେ। ଫଳରେ କର୍ମଚାରୀ ମୃତଦେହ ନିକଟକୁ ଆସି ଯାଞ୍ଚ କରିବାରୁ ତାଙ୍କର ହୃଦସ୍ପନ୍ଦନ ଚାଲୁଥିବା ଜଣାପଡ଼ିଥିଲା। ଏହାପରେ ପି. ଲକ୍ଷ୍ମୀଙ୍କ ପରିବାର ଲୋକ ଓ ସ୍ୱର୍ଗଦ୍ୱାର କର୍ମଚାରୀ ମିଶି ପୁରୀ ସଦର ମୁଖ୍ୟ ଚିକିତ୍ସାତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଇଛନ୍ତି ।

Leave a Reply

Your email address will not be published. Required fields are marked *