SI ପରୀକ୍ଷା ମହାଘୋଟାଲା ମାମଲାରେ ୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ

ବ୍ରହ୍ମପୁର: SI ପରୀକ୍ଷା ମହାଘୋଟାଲା ମାମଲାରେ ୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ବ୍ରହ୍ମପୁର ଜିଲା ଓ ସେସନ୍ସ ଜଜ କୋର୍ଟ। ଏହି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ବର୍ତ୍ତମାନ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଗିରଫ ହୋଇଥିବା ୧୧୯ ଜଣଙ୍କ ମଧ୍ୟରୁ ୧୧୪ ଜଣ ପ୍ରାର୍ଥୀ ଏବଂ ୫ ଜଣ ମଧ୍ୟସ୍ଥି ରହିଛନ୍ତି। ଏହି ନିଯୁକ୍ତି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିବା ସନ୍ଦେହ ହେବା ପରେ ସ୍ଥଗିତ ରଖାଯାଇଥିଲା। ଏହି ଘଟଣାର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ପୋଲିସ ୧୧୯ ଜଣଙ୍କୁ ଗିରଫ କରିଥିଲା। ତଦନ୍ତରେ ପ୍ରାଥମିକ ପ୍ରମାଣ ଅନୁଯାୟୀ, ଏସଆଇ ନିଯୁକ୍ତି ଦୁର୍ନୀତି ପଛରେ ଏକ ସଂଗଠିତ ଅପରାଧୀ ସିଣ୍ଡିକେଟର ସମ୍ପୃକ୍ତି ରହିଥିବା ସୂଚନା ମିଳିଛି। ବ୍ରହ୍ମପୁର ଜିଲା ଓ ସେସନ୍ସ ଜଜ କୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ବିଚାରପତି ସମସ୍ତ ଅଭିଯୁକ୍ତଙ୍କ ଆବେଦନକୁ ନାମଞ୍ଜୁର କରି ସେମାନଙ୍କୁ ନ୍ୟାୟିକ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଓଡ଼ିଶାରେ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। କ୍ରାଇମ ବ୍ରାଞ୍ଚ ଏହି ଦୁର୍ନୀତିର ମୂଳ ଉପରେ ଗଭୀର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *