ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

ନୂଆଦିଲ୍ଲୀ: ଟି ୨୦ ବିଶ୍ଵକପର ସୁପର-୮ ରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୭୬ ରନରେ ପରାସ୍ତ ହୋଇଛି। ରବିବାର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୮୮ ରନର ଟାର୍ଗେଟ ଦେଇଥିଲା। ଜବାବରେ ଭାରତୀୟ ଦଳ ମାତ୍ର ୧୧୧ ରନରେ ସମସ୍ତ ୱିକେଟ ହରାଇଥିଲେ। ଦକ୍ଷିଣ ଆଫ୍ରିକାର ଆରମ୍ଭ ଖରାପ ଥିଲେ ମଧ୍ୟ ଡେଭିଡ ମିଲର, ବ୍ରେଭିସ ଏବଂ ଷ୍ଟବ୍ସ ବିସ୍ଫୋରକ ପାଳି ଖେଳିଥିଲେ। ଡେଭିଡ ମିଲର ୩୫ ବଲରେ ୬୩ ରନ କରିଥିବା ବେଳେ ବ୍ରେଭିସ ୨୯ ବଲରେ ୪୫ ରନ ଏବଂ ଷ୍ଟବ୍ସ ୨୪ ବଲରେ ଅପରାଜିତ ୪୪ ରନ କରିଥିଲେ। ଏହିପରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୮୭ ରନ କରିବାରେ ସଫଳ ହୋଇଥିଲା। ଭାରତୀୟ ଦଳ ପକ୍ଷରୁ ଜସପ୍ରିତ ବୁମରା ସଫଳ ବୋଲର ଭାବରେ ୪ ଓଭରରେ ବୋଲିଂ କରି ମାତ୍ର ୧୫ ରନ ଦେଇଥିଲେ ଏବଂ ୩ ଟି ୱିକେଟ ନେଇଥିଲେ। ସେହିଭଳି ବ୍ୟାଟିଂରେ ଶିବମ ଦୁବେ ଶେଷ ପର୍ଯ୍ୟନ୍ତ ସଂଗ୍ରହ କରି ୪୨ ରନ କରିଥିବା ବେଳେ ଅଧିନାୟକ ସୂର୍ଯ୍ୟ କୁମାର ୧୮ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ କରିଥିଲେ। ଦକ୍ଷିଣ ଆଫ୍ରିକାର ସମସ୍ତ ବୋଲର ଭାରତୀୟ ଇନିଂସର ପ୍ରଥମରୁ ଚମତ୍କାର ବୋଲିଂ କରିଥିଲେ। ମାର୍କୋ ଜାନସେନ ୩.୫ ଓଭରରେ ୨୨ ରନ ଦେଇ ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ କେଶବ ମହାରାଜ ୩ ଓଭରରେ ୨୪ ରନ ଦେଇ ୩ ଟି ୱିକେଟ ନେଇଥିଲେ ଏବଂ କର୍ବିନ ବୋଶ ୩ ଓଭରରେ ୧୨ ରନ ଦେଇ ୨ ଟି ୱିକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *