ଶ୍ରୀମନ୍ଦିରର ୧ କିମି ପରିଧି ସହିତ ବଡ଼ଦାଣ୍ଡରେ ବିକ୍ରି ହେବନି ମଦ

ପୁରୀ :ଶ୍ରୀମନ୍ଦିରର ୧ କିମି ପରିଧି କିମ୍ବା ବଡ଼ଦାଣ୍ଡରେ ବିକ୍ରି ହେବନି ମଦ । ଶ୍ରୀକ୍ଷେତ୍ରକୁ ନିଶାମୁକ୍ତ କରିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ଦିର ଚତୁଃପାର୍ଶ୍ୱରେ ମାଦକ ଦ୍ରବ୍ୟ ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି। ସେହିପରି ବଡ଼ଦାଣ୍ଡରେ ଗୋଟିଏ ବି ମଦ ଦୋକାନ ରହିବ ନାହିଁ । ଏହାଛଡ଼ା ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ଛୋଟ ଛୋଟ ରାସ୍ତାରେ ବି ଆମିଷ ବିକ୍ରିକୁ ବାରଣ କରାଯାଇଛି। ଏହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ। ଆଧ୍ୟାତ୍ମିକତାର ସୁରକ୍ଷା ଏବଂ ମନ୍ଦିର ଚାରିପାଖରେ ମଦ ବିକ୍ରି ବନ୍ଦ ନେଇ ପଲିସି ଆସିବା ପରେ ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *