କ୍ୟାବିନେଟ ବୈଠକ ରେ ୧୦ ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ୩୩ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।କ୍ୟାବିନେଟ ବୈଠକରେ ମୋଟ ୭ଟି ବିଭାଗର ୧୦ଟି ପ୍ରସ୍ତାବ ଆଗତ ହେବା ସହ ପ୍ରସ୍ତାବ ଗୁଡ଼ିକ ଅନୁମୋଦନ ମିଳିଛି lଆରମ୍ଭ ହେବ ଐତିହ୍ୟ ଗ୍ରାମ ଯୋଜନା। ବରପୁତ୍ରଙ୍କ ଗାଁ ଐତିହ୍ୟ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୬ ବରପୁତ୍ରଙ୍କ ଗାଁ ସାମିଲ ହେବ। ପ୍ରତି ବରପୁତ୍ରଙ୍କ ଗାଁର ବିକାଶ ପାଇଁ ଖର୍ଚ୍ଚ ହେବ ୧୫ କୋଟି। ମୋଟ ୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଖର୍ଚ୍ଚରେ ସଂଗ୍ରହାଳୟ, ପାଠାଗାର ଓ ପ୍ରତିମୂର୍ତ୍ତି ଇତ୍ୟାଦି କରାଯିବ।ସେହିପରି ସ୍ମାର୍ଟ ମିଟର ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନାରେ ସ୍ମାର୍ଟ ମିଟର ସ୍ଥାପନ କରାଯିବ। ୨ କିଲୋୱାଟ ପର୍ଯ୍ୟନ୍ତ ସ୍ବଳ୍ପ ବିଦ୍ୟୁତ ବ୍ୟବହାର କରୁଥିବା ପ୍ରାୟ ୮୭ ପ୍ରତିଶତ ଉପଭୋକ୍ତା ବିଶେଷ ଭାବେ ଉପକୃତ ହେବେ। ସ୍ମାର୍ଟ ମିଟର ସ୍ଥାପନ ପାଇଁ ସେଭଳି ଉପଭୋକ୍ତାଙ୍କୁ କୌଣସି ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡିବ ନାହିଁ କିମ୍ବା ଏହା ଖୁଚୁରା ଯୋଗାଣ ଟାରିଫ୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏଥିସହ ୨ ଲକ୍ଷ ୬୩ ହଜାର ୮୦୧ ହେକ୍ଟର ଜମିର ଜଳସେଚନ ପାଇଁ ବ୍ୟବସ୍ଥା କରାଯିବ। ନଦୀ,ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ଜମିଗୁଡିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ‘ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ଯୋଜନା ପ୍ରଣୟନ କରିଛନ୍ତି ।

Leave a Reply

Your email address will not be published. Required fields are marked *