ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୫ ପ୍ରସ୍ତାବ ଉପରେ ବାଜିଛି ମୋହର । ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ସଂଶୋଧନ ଅଧ୍ୟାଦେଶକୁ ମଞ୍ଜୁରୀ । ଦୈନିକ କାର୍ଯ୍ୟ ନିର୍ଘଣ୍ଟକୁ ୯ ଘଣ୍ଟାରୁ ୧୦ଘଣ୍ଟା ବୃଦ୍ଧି କରିବା ନିଷ୍ପତ୍ତିକୁ ମୋହର । ତୈମାସିକ ଓଭରଟାଇମ୍ କାର୍ଯ୍ୟ ସୀମା ୫୦ଘଣ୍ଟାରୁ ୧୪୪ଘଣ୍ଟାକୁ ବୃଦ୍ଧି । ମହିଳା କର୍ମଚାରୀମାନେ ରାତିରେ କାମ କରିପାରିବେ । ତେବେ ସେମାନଙ୍କ ଠାରୁ ଲିଖିତ ସମ୍ମତି ଅଣାଯିବ। ମରୁଡ଼ି ବନ୍ୟା ପ୍ରତିହତ ଓ ଜଳ ସେଚନ ବ୍ୟବସ୍ଥା ଦୃଢ଼ କରିବା ପାଇଁ ଆନ୍ତଃ ରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ଆରମ୍ଭ ହେବ। ଏଥିରେ ୬ଟି ପ୍ରକଳ୍ପରେ ୧୭ଶହ ୯୦କୋଟି ଟଙ୍କା ଖର୍ଚ୍ଚ ହେବ । ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ୧୦ହଜାର ୭୫୯ କୋଟି ଟଙ୍କା ବ୍ୟୟ ବରାଦରେ ନଦୀ ଓ କେନାଲରୁ ଜଳ ଉତ୍ତୋଳନ କରାଯାଇ ୨ଲକ୍ଷ ୬୩ହେକ୍ଟର ଜମିକୁ ଜଳସେଚିତ କରାଯିବ। ୫ବର୍ଷ ଭିତରେ ଏହାକୁ କାର୍ୟ୍ୟକାରୀ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଖରିଫ୍ ବିପଣନ ବର୍ଷ ୨୦୨୫-୨୬ରେ ୬୩ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ଧାନ ବିକ୍ରି ପାଇଁ ଆଧାରକାର୍ଡ଼ ଏକମାତ୍ର ମାପଦଣ୍ଡ ହେବ। ସ୍ବଚ୍ଛ ଓଡ଼ିଶା ଯୋଜନାକୁ କ୍ୟାବିନେଟ ଅନୁମୋଦନ। ସ୍ବଚ୍ଛତା ନେଇ ଚାଲିଥିବା ବିଭିନ୍ନ ବିଭାଗର କାମଗୁଡ଼ିକ ଏହି ଯୋଜନା ଦ୍ବାରା ସହଜରେ ହୋଇପାରିବ। ଏଥି ପାଇଁ ୫ବର୍ଷରେ ଖର୍ଚ୍ଚ ହେବ ୧୬ଶହ କୋଟି ଟଙ୍କା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ପାଠ୍ୟ ପୁସ୍ତକ। ଓଡ଼ିଶା ଜନ ବିଶ୍ବାସ ଅଧ୍ୟାଦେଶ-୨୦୨୫କୁ ଅନୁମୋଦନ। ଛୋଟ ଅପରାଧୀଙ୍କୁ ଦଣ୍ଡ ପରିବର୍ତ୍ତେ ଜରିମାନା ବ୍ୟବସ୍ଥା । ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ନିୟମ-୨୦୨୫କୁ ମିଳିଲା ମଞ୍ଜୁରୀ ।
୧୫ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର
