ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ‘ସ୍ୱଦେଶୀ ଏଆଇ’ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀ ଗସ୍ତ କରି ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣୁଥିବା ଭାରତୀୟ ଏଆଇ ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ଭାରତରୁ ବିଶ୍ୱ ପାଇଁ’ ଆଭିମୁଖ୍ୟ ରଖି କାର୍ଯ୍ୟ କରୁଥିବା ଏହି ଷ୍ଟାର୍ଟ-ଅପ୍ ଗୁଡ଼ିକ ବିଶେଷ କରି ଶିକ୍ଷା ବ୍ୟବସ୍ଥାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ର ପ୍ରୟୋଗ ଉପରେ ଦୃଷ୍ଟି ଦେଉଛନ୍ତି। ଏହି ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାମାନେ ମଧ୍ୟବିତ୍ତ ପରିବାର ଏବଂ ଟିୟର-୩ ସହରରୁ ଆସିଥିବାରୁ ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ କରିଛନ୍ତି। ଭାରତର ବାସ୍ତବ ଶିକ୍ଷାଗତ ସମସ୍ୟା ସମାଧାନ କରିବାରେ ସେମାନଙ୍କର ବୁଝାମଣାକୁ ସେ ପ୍ରଶଂସା କରିଛନ୍ତି। ଭାରତୀୟ ସଂସ୍କୃତି, ଭାଷା ଏବଂ ପ୍ରସଙ୍ଗକୁ ଆଧାର କରି ନୂତନ ସମାଧାନ ପ୍ରସ୍ତୁତ କରିବାକୁ ସେ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଛନ୍ତି। ଭାରତର ବୈଷୟିକ ସାର୍ବଭୌମତ୍ୱ ଏବଂ ଶିକ୍ଷା କ୍ଷେତ୍ରରେ ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର (ଡିପିଆଇ) ଗଠନ ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ‘ସ୍ୱଦେଶୀ ଏଆଇ’ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *