ତାମିଲନାଡୁରେ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: 23 ମୃତ, 6 ଗୁରୁତର

ତାମିଲନାଡୁ: ରବିବାର ଦିନ ବିରୁଧୁନଗର ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୨୩ ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଛି। ଜିଲ୍ଲାର କଟୁନାର ପଟ୍ଟି ଅଞ୍ଚଳରେ ଥିବା ଏକ ଘରୋଇ ବାଣ ଉତ୍ପାଦନ କେନ୍ଦ୍ରରେ ଏହି ଦୁର୍ଘଟଣା ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରକମ୍ପନ ପ୍ରାୟ ୧୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ କାରଖାନା ପରିସରରେ ଅନେକ ଶ୍ରମିକ କାର୍ଯ୍ୟରତ ଥିଲେ। ଏଥିରେ ୨୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ l

Leave a Reply

Your email address will not be published. Required fields are marked *