ଆର୍ଜେଣ୍ଟିନା ଠାରୁ ହାରିବା ପରେ ହକି ବିଶ୍ୱକପରୁ ବିଦା ହେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ସୋମବାର ଖେଳାଯାଇଥିବା ହକି ବିଶ୍ୱକପ୍ ୨୦୨୬ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ଆର୍ଜେଣ୍ଟିନା, ଟିମ୍ ଇଣ୍ଡିଆକୁ ୫-୩ ଗୋଲ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ସୁଖଜିତ୍ ସିଂହ ଦୁଇଟି ଗୋଲ୍ କରିଥିବା ବେଳେ ହାର୍ଦ୍ଦିକ ସିଂହ ଗୋଟିଏ ପେନାଲ୍ଟି ଷ୍ଟ୍ରୋକକୁ ଗୋଲ୍‌ରେ ରୂପାନ୍ତରିତ କରିପାରିଥିଲେ।ଏହି ପରାଜୟ ସହ ଭାରତୀୟ ଦଳ ହକି ବିଶ୍ୱକପ୍ ୨୦୨୬ ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି।ଭାରତୀୟ ଦଳ ପାଇଁ ଦ୍ୱିତୀୟ ରାଉଣ୍ଡ ସମ୍ପୂର୍ଣ୍ଣ ନିରାଶାଜନକ ରହିଛି। ଏହା ପୂର୍ବରୁ ଦଳକୁ ନେଦରଲାଣ୍ଡସ ବିପକ୍ଷରେ ୩-୧ ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଅନ୍ୟପଟେ ପ୍ରଥମ ରାଉଣ୍ଡରେ ଇଂଲଣ୍ଡଠାରୁ ମିଳିଥିବା ପରାଜୟ କାରଣରୁ ଭାରତକୁ କୌଣସି ପଏଣ୍ଟ କ୍ୟାରୀ ଫରୱାର୍ଡ ମିଳିନଥିଲା। ଫଳରେ ଦ୍ୱିତୀୟ ରାଉଣ୍ଡରେ କୌଣସି ପଏଣ୍ଟ ହାସଲ ନକରି ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି।

Leave a Reply

Your email address will not be published. Required fields are marked *