ତେଜସ୍ୱିନୀ ଫାଉଣ୍ଡେସନ ଟ୍ରଷ୍ଟ ର ବନ୍ଧୁମିଳନ 2026 ଅନୁଷ୍ଠିତ

ଭୁବନେଶ୍ୱର :- ରବିବାର ଦିନ ବାଳକାଟୀ ସ୍ଥିତ ମା ହାଣ୍ଡିଶାଳ ଠାରେ ତେଜସ୍ବିନୀ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ତେଜସ୍ବିନୀ ସାପ୍ତାହିକ ଖବର କାଗଜ ର ସଦସ୍ୟ ଓ କର୍ମକର୍ତ୍ତାମାନଙ୍କ ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବଣଭୋଜି ସହିତ ଚଳିତ ବର୍ଷ ପାଇଁ ଟ୍ରଷ୍ଟ ର କାର୍ଯ୍ୟକ୍ରମ କଣ ରହିବ ଏବଂ ଦୀର୍ଘ 16 ବର୍ଷ ଧରି ପ୍ରକାଶ ପାଇ ଆସୁଥିବା ଖବର କାଗଜଟି ର କଳେବର କିପରି ବୃଦ୍ଧି ପାଇବ ତାହା ଉପରେ ସବିଶେଷ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ଅଧ୍ୟକ୍ଷ୍ୟ ଯତୀନ୍ଦ୍ର ନାଥ ଦାସ, ଉପାଧ୍ୟକ୍ଷ୍ୟ ରଣଜିତ ପଟ୍ଟନାୟକ, ସମ୍ପାଦକ ସଞ୍ଜ ସମୀର ମହାପାତ୍ର, ଉପଦେଷ୍ଟା ଗିରିଜା ଶଙ୍କର ରାୟ, କୋଷାଧ୍ୟକ୍ଷ ତାପସ କୁମାର ପାତ୍ରଙ୍କ ସମେତ 30 ରୁ ଉର୍ଦ୍ଧ ସଦସ୍ୟ ଏବଂ କର୍ମକର୍ତ୍ତା ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମକୁ ଟ୍ରଷ୍ଟ ର ମୁଖ୍ୟ କର୍ମକର୍ତ୍ତା ବିକାଶ ଜ୍ୟୋତି ବସନ୍ତରାୟ,ସ୍ମୃତିସ୍ୱାଗତ ରାୟ ମହାପାତ୍ର ରବିରତ୍ନ ପଟ୍ଟନାୟକ, ରତ୍ନାକର ମହାମାନ ସିଂ, ବ୍ୟୋମକେଶ ମିଶ୍ର, ଅଞ୍ଜନା ପଟ୍ଟନାୟକ, ରାକେଶ ରୋଶନ ବସନ୍ତ ରାୟ ପରିଚାଳନା କରିଥିଲେ lକାର୍ଯ୍ୟକ୍ରମ ଶେଷରେ ଡ଼. ସ୍ୱଚ୍ଛ ସଲୀଳା ମହାପାତ୍ର ନିଜର ସ୍ୱଳ୍ପ ବକ୍ତବ୍ୟ ମାଧ୍ୟମରେ ସମସ୍ତଙ୍କୁ ସମାଜ ସେବା ପାଇଁ ପ୍ରେରଣା ଦେଇଥିଲେ l

Leave a Reply

Your email address will not be published. Required fields are marked *