ସାପ୍ତାହିକ ଖବର କାଗଜ ତେଜସ୍ଵିନୀର ଡିଜିଟାଲ ମିଡିଆ ଲୋକାର୍ପଣ

ଭୁବନେଶ୍ୱର: ସମାଜସେବୀ ଅନୁଷ୍ଠାନ ତେଜସ୍ଵିନୀ ଫାଉଣ୍ଡେସନର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ସାପ୍ତାହିକ ପତ୍ରିକା ତେଜସ୍ଵିନୀର ଡିଜିଟାଲ ମିଡିଆର ଲୋକାର୍ପଣ ଉତ୍ସବ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ସଭାପତି ଯତୀନ୍ଦ୍ର ନାଥ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ବ୍ରଜ କିଶୋର ନାୟକ, ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତିଭୂଷଣ କର , ଉପଦେଷ୍ଟା ଗିରିଜା ଶଙ୍କର ରାୟ, ସମ୍ପାଦକ ସଞ୍ଜ ସମୀର ମହାପାତ୍ର ପ୍ରମୁଖ ଯୋଗଦାନ ଦେଇଥିଲେ। ଏହି ଅବସରରେ ଅତିଥିମାନେ ଡିଜିଟାଲ ମିଡ଼ିଆକୁ ଲୋକାର୍ପଣ କରି ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଗଣମାଧ୍ୟମ ସମାଜର ପୀଡ଼ିତ ନିଷ୍ପେସିତ ସାଧାରଣ ଲୋକଙ୍କ ସ୍ୱର ହେଉ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।


ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଲାଭ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଡାକ୍ତର ଜଗଦୀଶ ବେହେରା, ସାହିତ୍ୟିକ ଶତ୍ରୁଜିତ , ସମାଜସେବୀ ଶିବସୁନ୍ଦର ସ୍ବାଇଁ, ପର୍ବତାରୋହୀ ମଧୁସ୍ମିତା ପାତ୍ର, ସାମ୍ବାଦିକା ବନିତା ସାହୁ, ବିଏମ ହାଇସ୍କୁଲର ମେଧାବୀ ଛାତ୍ରୀ ଇପ୍ସିତା ଛୋଟରାୟଙ୍କୁ ତେଜସ୍ଵିନୀ ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା । ଏହା ସହିତ ଟ୍ରଷ୍ଟର କିଛି ସଦସ୍ୟଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନସୂୟା ସାହୁ ମଞ୍ଚ ସଞ୍ଚାଳନ କରିଥିଲେ । ଟ୍ରଷ୍ଟର ଉପସଭାପତି ରଣଜିତ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସଦସ୍ୟ କମଳ କୁମାର ଧଳ, ରତ୍ନାକର ମହାମାନସିଂ, ଅମୀୟ ପ୍ରକାଶ ମହାନ୍ତି, ସୋନମ ମହାପାତ୍ର, ବିକାଶ ଜ୍ୟୋତି ବସନ୍ତରାୟ,ଅଞ୍ଜନା ପଟ୍ଟନାୟକ,ଚିନ୍ମୟୀ ମହାନ୍ତି,ରବିରତ୍ନ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସୋନମ୍ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *