ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀରର ଶୋପିଆନରେ ଆତଙ୍କବାଦୀଙ୍କ ସହ ଜଡିତ ଏକ ଆତଙ୍କୀ ପାଣ୍ଠି ନେଟୱର୍କକୁ ଠାବ କରି ୧୦ ଜଣଙ୍କୁ ଗିରଫ କରାଯାଇଛି । ପ୍ରାଥମିକ ତଦନ୍ତରୁ ଲସ୍କର-ଏ-ତୈବା (Let) ଏବଂ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ସହିତ ନେଟୱାର୍କର ଲିଙ୍କ୍ ଥିବା ଜଣାପଡିଛି । ସନ୍ଦିଗ୍ଧମାନେ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରୁଥିଲେ । ପୋଲିସର ସୂଚନା ଅନୁଯାୟୀ, ବିଭିନ୍ନ ପେମେଣ୍ଟ ପ୍ଲାଟଫର୍ମରେ ସନ୍ଦେହଜନକ ଅନଲାଇନ୍ ଆର୍ଥିକ କାରବାର ଚିହ୍ନଟ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ଏହି ନେଟୱାର୍କରେ ସାମିଲ ଥିବା କିଛି ବ୍ୟକ୍ତିଙ୍କର ବିଭିନ୍ନ ଜେଲରେ ବନ୍ଦୀ ଆତଙ୍କବାଦୀ ଏବଂ ସେମାନଙ୍କ ସହଯୋଗୀଙ୍କ ସହ ସମ୍ପର୍କ ଥିଲା । ଏନେଇ ଶୋପିଆନ ପୋଲିସ ଥାନାରେ ଏଫଆଇଆର ନମ୍ବର ୨୩୧/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ଶୋପିଆନର ସୈଦପୋରା ବାଲାର ଓୱେସ ଶାଫି ନାଇକୁ, ଶୋପିଆନ ରାୱଲପୋରାର ତାଜାମୁଲ ଅହମ୍ମଦ ଶାହ, ଶୋପିଆନର ଚିତ୍ରଗାମ କଲାନ୍ର ବାସିନ୍ଦା ମୋଇଜ୍ ଇକବାଲ ଏବଂ ଇମଦାଦ ୟୁସୁଫ ଗନି, ପୁଲୱାମାର ସାକିବ ଜହୁର ୱାନି, ଆମିର ଅହମ୍ମଦ ଗନି ଏବଂ ଲିଆକତ ନାଜିର ଲୋନ, ନଦୀଗୁଣ୍ଡ ଟ୍ରେନ୍ଜର ଫିରଦୌସ ଥୋକର, ଚେକ୍ ହାରିଆ କାଠୁଆ ନିବାସୀ ମହମ୍ମଦ ହନିଫ୍ ଏବଂ କାଜୁ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ଗୁପ୍ତ ଭାବରେ ସାଧାରଣ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରୁଥିଲେ । ପରେ ନିର୍ଦ୍ଦିଷ୍ଟ ଆର୍ଥିକ ଚ୍ୟାନେଲ ମାଧ୍ୟମରେ ଏହାକୁ ଆତଙ୍କବାଦୀ ସଂଗଠନକୁ ପଠାଉଥିଲେ । ଏହି ଟଙ୍କା ଲସ୍କର-ଏ-ତୈବା (LeT) ଏବଂ ଏହାର ଶାଖା, ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ର କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବା ପାଇଁ ବ୍ଯବହାର ହେଉଥିଲା ।
Related Posts
ଫାଲଟା ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ
- ତେଜସ୍ୱିନୀ
- May 25, 2026
- 0
ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି
- ତେଜସ୍ୱିନୀ
- March 25, 2026
- 0
