ଟିଏମସିର ବିଦ୍ରୋହୀ ନେତା ମିଶିବେ ଏନ୍‌ସିପିଆଇରେ

ପଶ୍ଚିମବଙ୍ଗ:ଟିଏମସିର ବିଦ୍ରୋହୀ ଗୋଷ୍ଠୀ ନ୍ୟାସନାଲିଷ୍ଟ ସିଟିଜନ୍ସ ପାର୍ଟି ଅଫ୍ ଇଣ୍ଡିଆ(ଏନ୍‌ସିପିଆଇ)ରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ଏହି ଦଳରେ ମିଶିବେ ଓ ଏନଡିଏକୁ ସମର୍ଥନ କରିବେ। ରାଜ୍ୟର ବିକାଶ ପାଇଁ କାମ କରିବେ ବୋଲି ଘୋଷଣା କରିଛନ୍ତି।ବାଚସ୍ପତିଙ୍କ ସହ ବୈଠକ ପରେ କାକୋଲି ଘୋଷ ଦସ୍ତିଦାର କହିଛନ୍ତି, ଆମେ ଟିଏମସିରୁ ନିର୍ବାଚିତ ହୋଇଥିବା ୨୦ ଜଣ ସାଂସଦ ବାଚସ୍ପତିଙ୍କୁ ଭେଟିଲୁ। ଅଲଗା ବସିବା ପାଇଁ ଅନୁରୋଧ କରି ଏକ ପତ୍ର ଦେଲୁ। ଏହି ୨୦ ଜଣ ସାଂସଦ ଆମର ସମୁଦାୟ ସଂଖ୍ୟାର ଦୁଇ-ତୃତୀୟାଂଶରୁ ଅଧିକ ଅଟନ୍ତି। ଆମେ ନ୍ୟାସନାଲିଷ୍ଟ ସିଟିଜନ୍ସ ପାର୍ଟି ଅଫ୍ ଇଣ୍ଡିଆ(ଏନ୍‌ସିପିଆଇ) ସହିତ ମିଶୁଛୁ। ଆଗକୁ ଆମେ ଦେଶ ପାଇଁ କାମ କରିବୁ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏନ୍‌ଡିଏ ସହିତ ମିଶି କାର‌୍ୟ୍ୟ କରିବୁ ବୋଲି କାକୋଲି ଘୋଷ କହିଛନ୍ତି lସେପଟେ ବିଦ୍ରୋହୀ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି, ଆମେ ଏନ୍‌ସିପିଆଇରେ ମିଶିବୁ। ବାଚସ୍ପତିଙ୍କ ନିକଟରେ ସ୍ୱାକ୍ଷର ସହିତ ଆବେଦନ ପତ୍ର ଦାଖଲ କରିଛୁ। ଏହାପରେ ଜୁଲାଇ ୨୦ ତାରିଖରେ ଲୋକସଭା ଗୃହ ଖୋଲିବ। ତା’ ପୂର୍ବରୁ ଆମର ଏକ ବ୍ଲକ ରହିବ। ଏହାପରେ ପ୍ରକୃତ ତୃଣମୂଳ କିଏ, ତାହାର ନିଷ୍ପତ୍ତି କୋର୍ଟରେ ହେବ। କୋର୍ଟ ଯେଉଁ ନିଷ୍ପତ୍ତି ଦେବେ ତାହାକୁ ଗ୍ରହଣ କରାଯିବ ବୋଲି ସୁଦୀପ କହିଛନ୍ତି।

Leave a Reply

Your email address will not be published. Required fields are marked *