୨ ଲକ୍ଷ ୩୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ଗୁଡ଼ାରି ରେଞ୍ଜର

ରାୟଗଡା: ରାୟଗଡ଼ା ଜିଲ୍ଲା ଗୁଡ଼ାରି ରେଞ୍ଜର ଫରେଷ୍ଟ ରେଞ୍ଜ ଅଫିସର ସୁକୁମାର ଡୁଖୁଙ୍କୁ ରବିବାର ଦୁର୍ନୀତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ଠିକାଦାରଙ୍କୁ ବିଭିନ୍ନ ଜଙ୍ଗଲ ବିଭାଗ ଯୋଜନାର କାମ ପାଇଁ ‘ପିସି’ ନାମରେ ଅବୈଧ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଥିଲା। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଆଧାରରେ ରେଞ୍ଜରଙ୍କ ଉପରେ ନଜର ରଖାଯାଇଥିଲା। ସେ ଗୁଡ଼ାରିରୁ ନବରଙ୍ଗପୁରର ସେନାପତି ଷ୍ଟ୍ରିଟ୍ ଘରକୁ ଯାଉଥିବା ବେଳେ ଇନ୍ଦ୍ରାବତୀ ସେତୁ ନିକଟରେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ତାଙ୍କ ନିକଟରୁ ୨ ଲକ୍ଷ ୩୩ ହଜାର ଟଙ୍କା ଜବତ କରାଯାଇଥିଲା, ଯାହାର ସନ୍ତୋଷଜନକ ଉତ୍ତର ସେ ଦେଇପାରି ନ ଥିଲେ। ଏହା ପରେ ଭିଜିଲାନ୍ସ ଟିମ୍ ନବରଙ୍ଗପୁରର ଘର, ରାୟଗଡ଼ା ଗୁମୁଡ଼ାର ସରକାରୀ କ୍ୱାର୍ଟର ଓ ଗୁଡ଼ାରି ଅଫିସରେ ଏକକାଳୀନ ଚଢ଼ାଉ କରିଥିଲେ। ଏହା ସହିତ ସରକାରୀ ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *