WHO ରୁ ବାଦ ପଡିଲା ଆମେରିକା

ଆମେରିକା: ଆମେରିକା ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ସମ୍ପର୍କ ଛିନ୍ନ କରିଛନ୍ତି । WHO ବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ଔପଚାରିକ ଭାବେ ନିଜକୁ ଅଲଗା କରିଛି ଆମେରିକା । ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ WHOରେ ଅନିୟମିତତା ହେଉଥିବା ନେଇ ୟୁଏସକୁ ଦୂରେଇବାକୁ ଘୋଷଣା କରିଥିଲେ । ଏବେ ବିଦ୍ଧିବଦ୍ଧ ଭାବେ ଆମେରିକା ଏହି ସଙ୍ଗଠନରୁ ନିଜକୁ ଦୂରେଇଛି । ଆମେରିକାର ସ୍ୱାସ୍ଥ୍ୟ ଏବଂ ବୈଦେଶିକ ବିଭାଗ ଏନେଇ ଘୋଷଣା କରିଛି । ଏହାସହ ଜେନେଭାରେ WHO’ର କାର୍ଯ୍ୟାଳୟ ବାହାରେ ଲାଗିଥିବା ନିଜ ଦେଶର ପତାକାକୁ ମଧ୍ୟ ଆମେରିକା ହଟାଇ ଦେଇଛି । ଏକ ଯୁଗ୍ମ ବିବୃତ୍ତିରେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ରବର୍ଟ ଏଫ. କେନେଡି ଜୁନିୟର କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ହସ୍ତାକ୍ଷରିତ ଏକ କାର୍ଯ୍ୟକାରୀ ଆଦେଶ (Executive Order 14155) ମାଧ୍ୟମରେ ଆମେରିକା WHOରୁ ସମ୍ପୂର୍ଣ୍ଣ ରୂପେ ବାହାରି ଆସିଛି ।

Leave a Reply

Your email address will not be published. Required fields are marked *