ପିଲା ଚୋର ସନ୍ଦେହରେ ଯୁବତୀଙ୍କୁ ଆକ୍ରମଣ :୧୬ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ରାୟଗଡା: କଲ୍ୟାଣସିଂହପୁରରେ ଏକ ବର୍ବରତା ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି । ପିଲା ଚୋର ସନ୍ଦେହରେ ବାହାର ରାଜ୍ୟର ଯୁବତୀଙ୍କୁ ବିବସ୍ତ୍ର କରି ନିର୍ଯାତନା ଦିଆଯାଇଛି l ପୀଡିତାଙ୍କ ସମେତ ଅନ୍ୟ ଜଣେ ସାମାଜିକ କର୍ମୀଙ୍କୁ ମଧ୍ୟ ମାଡ ମାରିଛନ୍ତି ଉତ୍ୟକ୍ତ ଲୋକ । ଏହି ଘଟଣାରେ ପୋଲିସ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ଭିଡିଓ ଫୁଟେଜ୍ ଆଧାରରେ ୧୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁଯାୟୀ ଦିଲ୍ଲୀ ଆଜାଦପୁର ଅଞ୍ଚଳର ବାସିନ୍ଦା ସୁମନ ଝାପ୍ ଓ ଗୁଜରାଟର ସୁରତର ଅର୍ପିତ ସୂତାରିଆ ଦୁହେଁ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଠାରୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳକୁ ଯାଉଥିଲେ । ସଡ଼କ ପ୍ରତି ଅଜ୍ଞ ଥିବାରୁ ଗୁଗଲ ମ୍ୟାପ୍ ଦେଖି ଦେଖି ଯାଉଥିବା ବେଳେ କଲ୍ୟାଣସିଂହପୁର ପଞ୍ଚାୟତର ଇନ୍ତାଲିଗୁଡ଼ା ଠାରେ ସ୍ଥାନୀୟ ବାସିନ୍ଦା ପିଲା ଚୋର ସନ୍ଦେହରେ ଅଟକାଇ ସେମାନଙ୍କୁ ମାଡ଼ମାରିଥିଲେ । ତାଙ୍କ କହିବା ଅନୁସାରେ, ଫେଲୋଶିପ୍‌ର ଅଂଶ ଭାବେ ଏକ୍ସପୋଜର୍ ଭିଜିଟ୍ ସାରି ଫେରୁଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ପିଲା ଚୋର ବୋଲି ସନ୍ଦେହ କରିଥିଲେ ।ପରିଚୟ ପତ୍ର ଦେଖାଇବା ପରେ ମଧ୍ୟ ସ୍ଥାନୀୟ ଲୋକ କିଛି ବୁଝି ନଥିଲେ ।ସେଠାରେ ଲୋକଙ୍କ ଭିଡ଼ ବଢ଼ିବାରୁ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା । ପରିସ୍ଥିତି ଅସମ୍ଭାଳ ହେବା ପରେ ସେମାନେ ପୋଲିସର ସହାୟତା ନେବାକୁ ଚେଷ୍ଟା କରିଥିଲେ । ହେଲେ ଏହି ସମୟରେ କିଛି ଲୋକ ତାଙ୍କ ସହ ଅସଦାଚରଣ କରିବା ସହିତ ମାଡ଼ମାରି ଥିଲେ ବୋଲି ଗୁରୁତର ଅଭିଯୋଗ କରିଛନ୍ତି ପୀଡିତା ।

Leave a Reply

Your email address will not be published. Required fields are marked *