ରାଜ୍ୟପାଳଙ୍କ ସଚିବ ଭାବେ ପ୍ରଥମ ମହିଳା ଆଇଏଏସ୍ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଗତକାଲି ଏକ ବୃହତ୍ ପ୍ରଶାସନିକ ଅଦଳବଦଳ କରି ୧୬ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ନିଯୁକ୍ତ କରିଛନ୍ତି। ଏହା ମାଧ୍ୟମରେ ଜନସାଧାରଣଙ୍କୁ ସୁଶାସନ ଓ ସେବା ଯୋଗାଣରେ ନୂଆ ନେତୃତ୍ୱ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟପାଳଙ୍କ ସଚିବ ଭାବେ ମହିଳା ଆଇଏଏସ୍ ଙ୍କୁ ନିଯୁକ୍ତ କରାଯାଇଛି । ରାଜ୍ୟପାଳଙ୍କ ସଚିବ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ ରୂପା ରୋଶନ ସାହୁଙ୍କୁ ନିଯୁକ୍ତି ମିଳିଛି । ରୂପା ରୋଶନ ଓଡ଼ିଶା ରାଜଭବନ ଇତିହାସରେ ପ୍ରଥମ ମହିଳା ସଚିବ। ବର୍ତ୍ତମାନର ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍ ବିଏସ୍ ରାଜପୁତଙ୍କୁ ସରକାରୀ ଉଦ୍ୟୋଗ ବିଭାଗକୁ ବଦଳି କରାଯାଇଛି। ସେ ORSTCର ସିଏମ୍ ଡି ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ। ବ୍ରହ୍ମପୁର ଆର୍ ଡିସି ରୂପା ରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତି ମିଳିଛି। ୨୦୦୬ ବ୍ୟାଚ୍ ରୂପା ରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ କମିଶନର-କମ୍-ସଚିବ ଭାବରେ ନିଯୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *