ଲୋକସଭାରେ ପାରିତ ହୋଇପାରିଲାନି ମହିଳା ସଂରକ୍ଷଣ ସଂଶୋଧନ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ସଂଶୋଧନ ବିଲ୍ । ଶୁକ୍ରବାର ଦିନ ଏଥିପାଇଁ ଲୋକସଭାରେ ହୋଇଥିବା ଭୋଟିଂରେ ମୋଟ୍ ୫୨୮ ଜଣ ସାଂସଦ ଭାଗ ନେଇଥିଲେ । ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ୨୯୮ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଲା ୨୩୦ ଭୋଟ୍ । ଏଥିସହ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ସଂସଦର ନିମ୍ନ ସଦନରେ କାଟ୍ ଖାଇଛି । ଗୃହରେ ଦୁଇ ତୃତୀୟାଂଶ ସମର୍ଥନ ନ ମିଳିବାରୁ କାଟ୍‌ ଖାଇଲା ମହିଳା ସଂରକ୍ଷଣ ଆଇନ ସହ ଜଡ଼ିତ ସମ୍ବିଧାନ (୧୩୧ତମ) ସଂଶୋଧନ ବିଲ୍ । ଲୋକସଭାରେ ଯେକୌଣସି ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତର ଆବଶ୍ୟକତା ରହିଥାଏ । ସରକାର ଏହି ବିଲ୍ ସହିତ ସୀମା ନିର୍ଦ୍ଧାରଣ ବିଲ୍, ୨୦୨୬ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍, ୨୦୨୬ ମଧ୍ୟ ଗୃହରେ ଆଲୋଚନା ଏବଂ ପାସ୍ ପାଇଁ ଉପସ୍ଥାପନ କରିଥିଲେ, କିନ୍ତୁ ସେଗୁଡ଼ିକୁ ମଧ୍ୟ ଆଗକୁ ବଢ଼ାଯାଇପାରିଲା ନାହିଁ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, ସମ୍ବିଧାନର (୧୩୧ତମ ସଂଶୋଧନ) ବିଲ୍, ୨୦୨୬ କାଟ୍ ଖାଇଥିବାରୁ, କେନ୍ଦ୍ର ସରକାର ଅନ୍ୟ ଦୁଇଟି ବିଲ୍ -‘ଡିଲିମିଟେସନ୍ ବିଲ୍, ୨୦୨୬’ ଏବଂ ‘ଦି ୟୁନିଅନ୍ ଟେରିଟୋରିଜ୍ ଲସ୍ (ସଂଶୋଧନ ବିଲ୍), ୨୦୨୬’ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *