୩୦ ଜିଲ୍ଲା ପାଇଁ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନିଯୁକ୍ତି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅଢେଇ ବର୍ଷ ଧରି ରାଜ୍ୟରେ ଖାଲି ପଡିଥିବା ଜିଲ୍ଲା ଯୋଜନା ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର। ବିଜେପିର ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ଏଥିରେ ଥଇଥାନ କରିଛନ୍ତି ରାଜ୍ୟ ସରକାର। ୨୦୧୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ସମସ୍ତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମାନେ ଇସ୍ତଫା ପ୍ରଦାନ କରିଥିଲେ। ସେବେଠୁ ସମସ୍ତ ୩୦ଟି ଯାକ ଜିଲ୍ଲାରେ ଏହି ପଦବୀ ଖାଲି ପଡିଥିଲା। ବିଭିନ୍ନ ଜିଲ୍ଲା ପାଇଁ ଦାୟିତ୍ୱ ନେଇଥିବା ବିଧାୟକ ମାନେ ହେଲେ : ଅଶୋକ ମହାନ୍ତି : ଅନୁଗୋଳ,ଲକ୍ଷ୍ମଣ ବାଗ : ବଲାଙ୍ଗୀର,ପଦ୍ମଲୋଚନ ପଣ୍ଡା : ବାଲେଶ୍ୱର,ଅଶ୍ୱିନୀ କୁମାର ଷଡ଼ଙ୍ଗୀ : ବରଗଡ଼,ସୀତାଂଶୁ ଶେଖର ମହାପାତ୍ର : ଭଦ୍ରକ,କହ୍ନେଇ ଚରଣ ଡାଙ୍ଗ : ବୌଦ୍ଧ,ଛବି ମଲ୍ଲିକ : କଟକ, ସୁରେଶ ପୂଜାରୀ : ଦେବଗଡ଼,ସୀମାରାଣୀ ନାୟକ : ଢେଙ୍କାନାଳ,ପୃଥ୍ୱୀରାଜ ହରିଚନ୍ଦନ : ଗଜପତି,ପୂର୍ଣ୍ଣଚନ୍ଦ୍ର ସେଠୀ : ଗଞ୍ଜାମ,ଅମରେନ୍ଦ୍ର ଦାସ : ଜଗତସିଂହପୁର,ଆକାଶ ଦାସନାୟକ : ଯାଜପୁର,ଟଙ୍କଧର ତ୍ରିପାଠୀ : ଝାରସୁଗୁଡା, ସୁଧୀର ରଞ୍ଜନ ପାଟ୍ଟଯୋଶୀ : କଳାହାଣ୍ଡି,ଉମା ଚରଣ ମଲ୍ଲିକ : କନ୍ଧମାଳ,ଦୁର୍ଗାପ୍ରସନ ନାୟକ : କେନ୍ଦ୍ରାପଡ଼ା,ଡ଼ଃ ଫକୀରମୋହନ ନାଏକ : କେଉଁଝର,ପ୍ରଶାନ୍ତ କୁମାର ଜଗଦେବ : ଖୋର୍ଦ୍ଧା,ରଘୁରାମ ମାଛ : କୋରାପୁଟ,ନରସିଂହ ମାଡକାମୀ : ମାଲକାନଗିରି,ଭାସ୍କର ମଢେଇ : ମୟୁରଭଞ୍ଜ,ଗୌରୀ ଶଙ୍କର ମାଝୀ : ନବରଙ୍ଗପୁର,ଦୁଷ୍ମନ୍ତ ସ୍ୱାଇଁ : ନୟାଗଡ଼,ଜୟ ଢୋଲକିଆ : ନୂଆପଡା,ଓମ ପ୍ରକାଶ ମିଶ୍ର : ପୁରୀ,ନିତ୍ୟାନନ୍ଦ ଗଣ୍ଡ : ରାୟଗଡ଼ା,କୃଷ୍ଣଚନ୍ଦ୍ର ପାତ୍ର : ସମ୍ବଲପୁର,ରଘୁନାଥ ଜଗଦଲ : ସୁବର୍ଣ୍ଣପୁର,ଦୁର୍ଗା ଚରଣ ତନ୍ତୀ : ସୁନ୍ଦରଗଡ଼ ।

Leave a Reply

Your email address will not be published. Required fields are marked *