ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ୧ କୋଟି ଟଙ୍କା ପୁରସ୍କାର ରାଶି ଥିବା କୁଖ୍ୟାତ ମାଓ ନେତା ଅନଲଙ୍କୁ ହତ୍ୟା କରିଛି। ଅନଲ ସିପିଆଇ (ମାଓବାଦୀ)ର କେନ୍ଦ୍ରୀୟ କମିଟି ସଦସ୍ୟ (ସିସିଏମ୍) ଥିଲେ ଏବଂ ଦୀର୍ଘ ଦିନ ଧରି ସୁରକ୍ଷା ବାହିନୀର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲେ। ଏହି ଘଟଣା ଛୋଟାନାଗ୍ରାହ ଥାନା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ସୁରକ୍ଷା ବାହିନୀ ସେ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ଏନକାଉଣ୍ଟର ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଘୋଷଣା କରାଯାଇଛି ଏବଂ ଘଟଣାସ୍ଥଳରେ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି। ଝାଡ଼ଖଣ୍ଡରେ ଏତେ ସଂଖ୍ୟାରେ ମାଓବାଦୀ କେବେ ଏକକାଳୀନ ନିହତ ହୋଇନାହାଁନ୍ତି। ଏହା ପୁଲିସ ପାଇଁ ଏକ ବଡ଼ ସଫଳତା। ଅନଲଙ୍କ ସ୍କ୍ୱାଡ୍ କୋବ୍ରା-୨୦୯ ବାଟାଲିଅନ୍ ସହିତ ସିଧାସଳଖ ଏନକାଉଣ୍ଟରରେ ଲିପ୍ତ ହୋଇଥିଲା, ଯାହା ଫଳରେ ୧୬ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *