କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କୁ ଅର୍ଘ୍ୟ ପୁଷ୍ପାଞ୍ଜଳି

କଟକ: ପବିତ୍ର ସାରସ୍ଵତ ପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ ଦଶାହ ସଂଧ୍ୟାରେ ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏକ ସ୍ମୃତି ଉତ୍ସବ “ଅର୍ଘ୍ୟ ପୁଷ୍ପାଞ୍ଜଳି” ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ତାଙ୍କ ସହିତ ବିତାଇଥିବା ଅଭୂଲା ମୂହୁର୍ତ୍ତକୁ ମନେପକାଇ ସ୍ମୃତିଚାରଣ କରିଥିଲେ ଓଡିଶାର ବିଭିନ୍ନ କଣ୍ଠଶିଳ୍ପୀ, ଚିତ୍ରଶିଳ୍ପୀ, କବି, ଲେଖକ, ଗୀତିକାର ଓ ସଂଗୀତ ନିର୍ଦେଶକମାନେ। କୈଳାସ ଚନ୍ଦ୍ର ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହିସ୍ମୃତି ସଭାରେ ଶୀର୍ଷାନନ୍ଦ ଦାସ କାନୁନଗୋ, ଦେବାଶିଷ ମହାପାତ୍ର, ବିବୁ ଦାସ, ଓଁ ପ୍ରକାଶ ମହାନ୍ତି, ଗୌର ପଟ୍ଟନାୟକ, ସୁବ୍ରତ ରାଉତରାୟ, ଗୀତା ଖୁଣ୍ଟିଆ, ତୃପ୍ତି ଦାସ, ମୋହିତ ଚକ୍ରବର୍ତ୍ତୀ, ସତ୍ୟ ଦାସ, ଶରତ ନାୟକ, ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି, ବିଜୁ ସ୍ୱାଇଁ, ସନ୍ଧ୍ୟା ମିତ୍ର, ରାଜକିଶୋର ଦାସ, ରବିନାରାୟଣ ରଥ, ବାପୁ ଲେଙ୍କା, ପ୍ରଫୁଲ ବେହେରା ଖୋକନ କୁମାର ପ୍ରମୁଖ ଯୋଗଦେଇ ଶ୍ରୀକାନ୍ତ ଦାସଙ୍କ ସଂଗୀତ ଓ ଜୀବନି ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶେଖର ଘୋଷ, ଅରୁଣ ମନ୍ତ୍ରୀ, ରବି ଶଙ୍କର ପ୍ରଧାନ, ଦୀପକ ସାମନ୍ତରାୟ, ପ୍ରଣବ ଅଖଣ୍ଡ, ରଘୁ ସାହୁ, ଜ୍ଞାନୀ ଦେବାଶିଷ ମିଶ୍ର, ଜ୍ୟୋତି ରଞ୍ଜନ ଲେଙ୍କା, ବିଜୟ କୁମାର ସାହୁ, ନିରଞ୍ଜନ ସାହୁ, ସରୋଜ କାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବ ଶେଷରେ ସତ୍ୟ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I

Leave a Reply

Your email address will not be published. Required fields are marked *