ବିଶ୍ୱ କୁସ୍ତି ଚାମ୍ପିଅନସିପ୍‌ରେ ଇତିହାସ ରଚିଲେ ଭାରତୀୟ ରେସଲର୍‌ ମନୀଷା ଭାନୱାଲା:ମହିଳା କୁସ୍ତିରେ ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ମହିଳା ଫ୍ରିଷ୍ଟାଇଲ୍‌ର ୫୯ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଦେଶର ପ୍ରଥମ ମହିଳା ବିଶ୍ୱ ଚାମ୍ପିଅନ୍‌ ହୋଇଛନ୍ତି ମନୀଷା । ସେ କାଜାଖସ୍ତାନର ଅସ୍ତାନାରେ ଶୁକ୍ରବାର ଅନୁଷ୍ଠିତ ଫାଇନାଲ୍‌ରେ ଆମେରିକାର ଅବିଗେଲ୍‌ ନେଟ୍‌ଙ୍କୁ ୮-୬ରେ ପରାସ୍ତ କରିଛନ୍ତି । ମ୍ୟାଚ୍‌ରେ ୦-୬ରେ ପଛୁଆ ଥିବା ସତ୍ତ୍ୱେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇଛନ୍ତି ୨୯ ବର୍ଷୀୟ ମନୀଷା ।ଏହା ପୂର୍ବରୁ କୌଣସି ଭାରତୀୟ ମହିଳା ବିଶ୍ୱ ଚାମ୍ପିୟନସିପ୍‌ରେ ସ୍ୱର୍ଣ୍ଣ ଜିତିପାରି ନଥିଲେ।ପୂର୍ବରୁ ତିନିଥର ସିନିୟର ବିଶ୍ୱ ଚାମ୍ପିଅନସିପ୍‌ରେ ଭାଗ ନେଇଥିଲେ ମଧ୍ୟ ପଦକ ଜିତିପାରିନଥିଲେ ମନୀଷା । ୨୦୨୪ରେ ଆଲବାନିଆର ତିରାନାରେ ୬୫ କେଜି ବର୍ଗରେ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଖେଳିଥିଲେ । କିନ୍ତୁ ଜାପାନର ମିୱା ମୋରିକାୱାଙ୍କଠାରୁ ୨-୮ରେ ହାରିଥିଲେ । ମନୀଷାଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ରେସଲର୍ ନୀଲମ୍ ସିରୋହୀ (୫୦ କିଲୋଗ୍ରାମ୍) ଏବଂ କାଜଲ ଧୋଚକ୍ (୭୬ କିଲୋଗ୍ରାମ୍) ଅଲିମ୍ପିକ୍ ଓଜନ ବର୍ଗର ଫାଇନାଲ୍‌ରେ ପହଞ୍ଚି ରୌପ୍ୟ ପଦକ ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *