ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ହେଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ପୂର୍ବରୁ ମଙ୍ଗଳବାର ଦିନ ବିଧାନସଭାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ପ୍ରତିକ୍ରିୟା ଦେଇ କହିଛନ୍ତି, “ବାଚସ୍ପତି ସବୁ ଦଳର ସହଯୋଗ ଲୋଡିଲେ ସାମ୍ଭିଧାନିକ ଵିଧି ବ୍ୟବସ୍ଥା ଅନୁସାରେ ଆମେ ସହଯୋଗ କରିବୁ । ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ରହିଛି । ଚାଷୀ ଓ ସାର ସମସ୍ୟା ସହ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ, ମହିଳା ବିରୋଧୀ ହିଂସା ବୃଦ୍ଧି ପ୍ରସଙ୍ଗ ଗୃହରେ ଉଠିବ । ପ୍ରଥମ ଦିନ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆସି ବନ୍ଦ ରହିବ ।” ଓଡ଼ିଶା ବିଧାନସଭାର ବିରୋଧୀ ଦଳଗୁଡ଼ିକ, ମୁଖ୍ୟତଃ ବିଜୁ ଜନତା ଦଳ, କଂଗ୍ରେସ ଦଳ ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ ବୋଲି ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ନେତାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଛି । ବିଜେଡି ଆଇନ ଶୃଙ୍ଖଳା ସ୍ଥିତି, ଅପରାଧ ଏବଂ ହିଂସା ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରିପାରେ । ମହିଳା ସୁରକ୍ଷା ମଧ୍ୟ ମୁଖ୍ୟ ପ୍ରସଙ୍ଗ ହୋଇପାରେ । ଚାଷୀଙ୍କ ପାଇଁ ସାର ଅଭାବ ମଧ୍ୟ ପ୍ରସଙ୍ଗ ହେବ ବୋଲି କହିଛନ୍ତି ବିରୋଧୀ । ମୌସୁମୀ ଅଧିବେଶନ ସେପ୍ଟେମ୍ବର 18ରୁ ଆରମ୍ଭ ହୋଇ ସେପ୍ଟେମ୍ବର 25 ପର୍ଯ୍ୟନ୍ତ ଚାଲିବ l

Leave a Reply

Your email address will not be published. Required fields are marked *