ହାଜତ ମୃତ୍ୟୁ ମାମଲାରେ ଏଏସ୍‌ପିଙ୍କ ବଦଳି,୩ ପୁଲିସ କର୍ମଚାରୀ ନିଲମ୍ବିତ

ଗଞ୍ଜାମ:କବିସୂର୍ଯ୍ୟନଗର ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ପୁଲିସ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରାଥମିକ ତଦନ୍ତ ଆଧାରରେ ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଜଣେ ଏଏସ୍‌ପିଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି।ଦକ୍ଷିଣାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶ ଅନୁସାରେ, କବିସୂର୍ଯ୍ୟନଗର ଥାନାର ସ୍ୱାଧୀନ ଦାୟିତ୍ୱରେ ଥିବା ଟ୍ରେନି ଏଏସ୍‌ପି ନିତିଶ କୁମାର ମିଶ୍ରଙ୍କୁ ଗଞ୍ଜାମ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଏହି ଘଟଣାରେ କବିସୂର୍ଯ୍ୟନଗର ଥାନାର ସବ୍‌-ଇନ୍‌ସପେକ୍ଟର ସମୀର କୁମାର ରାଉତ, ବାଲିଛାଇ ଫାଣ୍ଡିର ଏଏସ୍‌ଆଇ ବୈକୁଣ୍ଠ ଜେନା ଏବଂ କନେଷ୍ଟବଳ ସୁମନ କୁମାର ସାହୁଙ୍କୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି। ସେହିପରି ହୋମଗାର୍ଡ ଡ୍ରାଇଭର କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ମଧ୍ୟ କାର୍ଯ୍ୟରୁ ବାଦ ଦିଆଯାଇଛି। ତାଙ୍କ ବିରୋଧରେ ପରବର୍ତ୍ତୀ ବିଭାଗୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଛି।

Leave a Reply

Your email address will not be published. Required fields are marked *