ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ୨ବର୍ଷ ଜେଲ୍‌

ଭୁବନେଶ୍ବର: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ବାଂଲାଦେଶୀ ଗିରଫ ଘଟଣା। ୧୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ପ୍ରଥମ ଥର ପାଈଁ ଓଡ଼ିଶାରେ ବାଂଲାଦେଶ ଅନୁପ୍ରବେଶ କାରୀଙ୍କ ବିରୋଧରେ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏହାସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ଅଧିକ ୩ ମାସ ଅଧିକ ସଶ୍ରମ କାରାଦଣ୍ଡା ଦେଶ। ୬ ଜଣ ସାକ୍ଷୀ ଏବଂ ଦସ୍ତାବିଜ ଆଧାରରେ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ । ୨୦୨୫ ମାର୍ଚ୍ଚରେ ଭୁବନେଶ୍ବର ଷ୍ଟେସନରୁ ୧୦ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ। ସେମାନଙ୍କ ନିକଟରୁ ବାଂଲାଦେଶୀ ଟଙ୍କା, ଭାରତୀୟ ଟଙ୍କା ଏବଂ ମୋବାଇଲ ଜବତ ହୋଇଥିଲା। ଗିରଫ ଅଭିଯୁକ୍ତ ମାନଙ୍କୁ ଆଉ ବାଂଲାଦେଶ ନଛାଡିବାକୁ ହାଇ କମିସନ ଭୁବନେଶ୍ୱର କୋର୍ଟ ଏବଂ କ୍ରାଇମବ୍ରାଞ୍ଚକୁ ଲିଖିତ ଆକାରରେ ଜଣାଇଥିଲେ।

Leave a Reply

Your email address will not be published. Required fields are marked *