ନବୀନ ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଫୋନ୍‌ କରି ଜନ୍ମଦିନର ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାସହ ନବୀନଙ୍କ ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କୁ ଜନ୍ମ ଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ବାସ୍ଥ୍ୟ, ଦୀର୍ଘ ଏବଂ ସୁଖମୟ ଜୀବନ କାମନା କରୁଛି ।
ଖବର ଥାଉକି, ନବୀନଙ୍କୁ ୭୯ ପୂରିଛି । ଏଥର ନିଜ ଜନ୍ମଦିନକୁ ସେ ଭିନ୍ନ ଢଙ୍ଗରେ ପାଳନ କରିବେ। ଜନ୍ମଦିନରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ଯୋଗଦେବେ। ନୂଆପଡ଼ା ଉପ ନିର୍ବାଚନ ପୂର୍ବରୁ ନବୀନ ଗ୍ରାଉଣ୍ଡକୁ ଆସୁଛନ୍ତି । ଏକାମ୍ର ନିର୍ବାଚନମଣ୍ଡଳୀ ଗଙ୍ଗନଗରରେ ଥିବା ବିଜୁ ଆଦର୍ଶ କଲୋନୀରୁ ବାହାରିବ ପଦଯାତ୍ରା । ଏଥିରେ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ। ସେଠାରେ ପିଲାଙ୍କ ସହ ସମୟ ବିତାଇବା ସହ ମିଷ୍ଟାନ ବଣ୍ଟନ କରିବେ ନବୀନ । ଏହା ପରେ ନବୀନ ଏସଓଏସ ଭିଲେଜ ଯିବେ। ସେଠି ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ। ନବୀନଙ୍କୁ ସ୍ଵାଗତ କରିବାକୁ ମଙ୍ଗଳା ବସ୍ତି ବାସିନ୍ଦା ନିଜ ଘର ସାମ୍ନାରେ କଳସ ମୁରୁଜ ବସେଇଛନ୍ତି। ଆଜି ସାରା ରାଜ୍ୟରେ ବିଜେଡି ପକ୍ଷରୁ ନିରାଡ଼ମ୍ବର ଭାବେ ପାଳନ ହେଉଛି ନବୀନଙ୍କ ଜନ୍ମଦିନ।

Leave a Reply

Your email address will not be published. Required fields are marked *