ବସ୍‌ ଦୁର୍ଘଟଣା: ୫ଯାତ୍ରୀ ମୃତ

ନୟାଗଡ:ନୟାଗଡ଼ ଜିଲ୍ଲା ଦଶପଲ୍ଲା ଦଶପଲ୍ଲା ଥାନା ଅଧୀନ ଟାକେରା ଘାଟି ନିକଟରେ ମଧ୍ୟରାତ୍ରୀରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହେଇଛନ୍ତି । ମୃତ ଯାତ୍ରୀମାନେ ହେଲେ ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ, ସୁମତି ସାହୁ ଏବଂ ପ୍ରବୀଣ ସାହୁ। ମିଳିଥିବା ସୂଚନା ଅନୁସାରେ ଘରୋଇ ବସ୍‌ଟି ବ୍ରହ୍ମପୁରରୁ ବାହାରି ବଲାଙ୍ଗୀର ଜିଲ୍ଲାର ହରିଶଙ୍କରକୁ ଯାଉଥିଲା ବସ ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଥିଲେ। ବସ୍‌ଟି ଦଶପଲ୍ଲା ଥାନା ଟାକେରା ନିକଟ ହନୁମାନଘାଟି ବୁଲାଣୀ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଗ୍ରସ୍ତ ହୋଇଥିଲା । ବସ୍‌ ଭିତରେ ଥିବା ସମସ୍ତ ଯାତ୍ରୀ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।ଆହତ ଯାତ୍ରୀ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

Leave a Reply

Your email address will not be published. Required fields are marked *