ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି ଗିରଫ

ନୂଆଦିଲ୍ଲୀ:ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ବଡ଼ ଆକ୍ସନ ନେଇଛନ୍ତି ନେପାଳ ର ନୂତନ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକରଙ୍କୁ ଗିରଫ କରିଛି ପୋଲିସ।ଜେନ-ଜି ବିରୋଧ ପ୍ରଦର୍ଶନ ସମୟରେ ଛାତ୍ରଙ୍କ ମୃତ୍ୟୁ ସହିତ ଲିଙ୍କରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପ୍ରତିବାଦ ସମୟରେ ନିରସ୍ତ୍ର ଛାତ୍ରଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ଅନେକ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ପୂର୍ବ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଦାୟୀ କରାଯାଇଛି।ରିପୋର୍ଟ ଅନୁଯାୟୀ, ବାଲେନ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକରେ ତଦନ୍ତ କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ଆଧାର କରି ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *