DGCA ର ନିର୍ଦ୍ଦେଶ କୁ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆର ପ୍ରତିବାଦ

ନୂଆଦିଲ୍ଲୀ: DGCAର ନିର୍ଦ୍ଦେଶନାମାକୁ ଏୟାରଲାଇନ୍ସଗୁଡ଼ିକ ଦୃଢ଼ ବିରୋଧ କରିଛନ୍ତି। ସରକାର କହିଛନ୍ତି ଯେ,”ପ୍ରତ୍ୟେକ ବିମାନରେ ଯାତ୍ରୀମାନଙ୍କୁ ୬୦ପ୍ରତିଶତ ସିଟ୍ ମାଗଣାରେ ଦିଅନ୍ତୁ। ସିଟ୍ ଚୟନ ପାଇଁ ଦେୟ ନିଅନ୍ତୁ ନାହିଁ। ଯାହା ଦ୍ଵାରା ସମାନ PNR ରେ ବୁକିଂ କରୁଥିବା ପରିବାର ଏବଂ ବନ୍ଧୁମାନେ କୌଣସି ଟଙ୍କା ନ ଦେଇ ଏକାଠି ବସିପାରିବେ।” ସରକାର ଏହାକୁ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଏକ ପଦକ୍ଷେପ ବୋଲି କହୁଛନ୍ତି, କିନ୍ତୁ ବିମାନ କମ୍ପାନୀଗୁଡ଼ିକ ଏହି ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରିଛନ୍ତି। ଇଣ୍ଡିଗୋ, ଏୟାର ଇଣ୍ଡିଆ ଏବଂ ସ୍ପାଇସଜେଟର ପ୍ରତିନିଧିତ୍ୱ କରୁଥିବା ଫେଡେରେସନ ଅଫ୍ ଇଣ୍ଡିଆନ୍ ଏୟାରଲାଇନ୍ସ ବେସାମରିକ ବିମାନ ଚଳାଚଳ ସଚିବଙ୍କୁ ଚିଠି ଲେଖି ସ୍ପଷ୍ଟ ଭାବରେ କହିଛି ଯେ ଯଦି ସିଟ୍ ଚୟନରୁ ରାଜସ୍ୱ ବନ୍ଦ ହୋଇଯାଏ, ତେବେ ସେମାନେ ମୂଳ ଭଡ଼ା ବୃଦ୍ଧି କରିବାକୁ ବାଧ୍ୟ ହେବେ। ବିମାନ କମ୍ପାନୀଗୁଡ଼ିକ କହିଛନ୍ତି ଯେ, ସିଟ୍ ଚୟନ ଫିସ୍ ସେମାନଙ୍କ ଆନୁଷଙ୍ଗିକ ରାଜସ୍ୱର(ancillary revenue) ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ପରିଚାଳନା ଖର୍ଚ୍ଚ ପୂରଣ କରିବାରେ ସାହାଯ୍ୟ କରେ। ତେଣୁ ଏହି ରାଜସ୍ୱକୁ ସୀମିତ କରିବା ଦ୍ୱାରା ସିଧାସଳଖ ସେମାନଙ୍କ ରାଜସ୍ୱ ପ୍ରଭାବିତ ହେବ। ଏପରି ପରିସ୍ଥିତିରେ ଏହି ଆୟକୁ ବନ୍ଦ କରିବା ଅର୍ଥ ସିଧାସଳଖ ସେମାନଙ୍କର ରାଜସ୍ୱକୁ ପ୍ରଭାବିତ କରିବା।ବର୍ତ୍ତମାନ, ଭାରତରେ ବିମାନ କମ୍ପାନୀଗୁଡ଼ିକ ସିଟ୍ ଚୟନ ଶୁଳ୍କ ପ୍ରାୟ ୨୦୦ ଟଙ୍କାରୁ ୨,୧୦୦ ଟଙ୍କା ପର୍ୟ୍ୟନ୍ତ ଆଦାୟ କରନ୍ତି, ଯାହା ସିଟ୍‌ର ସ୍ଥାନ, ଆଗ ଧାଡି, ଝରକା ପାଖ ସିଟ୍ କିମ୍ବା ଅତିରିକ୍ତ ଲେଗ୍‌ରୁମ୍ ଭଳି ସୁବିଧା ଉପରେ ନିର୍ଭର କରେ।

Leave a Reply

Your email address will not be published. Required fields are marked *