କଟକ ପ୍ରେସ ଛକରେ ମାଛ ମାର୍କେଟ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ

କଟକ: ପ୍ରେସ ଛକ ମାଛ ମାର୍କେଟ ଓ ଏହା ନିକଟସ୍ଥ ବିଲଡିଂରେ ଲାଗିଥିବା ନିଆଁକୁ ୯ ଘଣ୍ଟା ପରେ ସଂପୂର୍ଣ୍ଣ ଆୟତ କରିଛନ୍ତି ଅଗ୍ନିଶମ ବାହିନୀ। ୧୩ଟି ଅଗ୍ନିଶମ ବାହିନୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତା ସହିତ ଅତ୍ୟାଧୁନିକ ରୋବୋଟିକ ମେସିନର ସହାୟତା ନିଆଯାଇଥିଲା। ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ୨ଟା ବେଳେ ପ୍ରଥମେ ମାଛ ମାର୍କେଟରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ ପୂରା ମାଛ ମାର୍କେଟ ଜଳିପୋଡି ଛାରଖାର ହୋଇଯାଇଛି। କେଉଁ କାରଣ ପାଇଁ ଏତେ ଵଡ ଅଗ୍ନିକାଣ୍ଡ ଘଟିଲା, ତାହା ଜଣାପଡ଼ି ନାହିଁ। ନିଆଁର ପ୍ରକୋପ ଏତେ ଜୋର ଥିଲା ଯେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚିଲାବେଳକୁ ପ୍ରାୟତଃ ସମସ୍ତ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିଲା। ମାଛ ମାର୍କେଟରେ ଲକ୍ଷ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି l ମାଛ ମାର୍କେଟରୁ ନିଆଁ ନିକଟସ୍ଥ ବିଲଡିଂକୁ ବ୍ୟାପୀ ଯାଇଥିଲା।ନିଆଁ ଲାଗିଥିବା ବିଲ୍ଡିଂରେ ଏକ ରଙ୍ଗ ଗୋଦାମ ଥିବାରୁ ନିଆଁ ବ୍ୟାପି ଯାଇଥିଲା।ଗତକାଲି ରବିବାରରେ ଭଲ ବେପାର ହୋଇଥିବା ବେଳେ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ରଖି ପାରିନଥିଲେ ଯାହାଫଳରେ ମାଛ ବ୍ୟବସାୟୀଙ୍କର ବିଡା ବିଡା ଟଙ୍କା ମଧ୍ୟ ପୋଡି ଯାଇଛି ।

Leave a Reply

Your email address will not be published. Required fields are marked *