ହର୍ବାଲ ଟି’କୁ ଚା’ କହି ବିକିବା ବେଆଇନ ବୋଲି ଘୋଷଣା କଲା FSSAI

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଏବେ ଚା’ର ନାମ ବ୍ୟବହାର ଉପରେ ନିୟମ ଲାଗୁ କରିଛନ୍ତି l ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ସ୍ପଷ୍ଟ କରିଛି ଯେ,ଚା’ କେବଳ ସେହି ଉତ୍ପାଦକୁ କହିହେବ ଯାହା କାମେଲିଆ ସାଇନେସିସ୍ ଗଛର ପତ୍ରରୁ ତିଆରି ହୋଇଥିବ।FSSAI ନିର୍ଦ୍ଦେଶ ଦେଇଛି ହର୍ବାଲ୍ ଟି, ଡିଟକ୍ସ ଟି ଏବଂ ଫ୍ଲାଓ୍ବାର ଟି ଭଳି ବହୁ ପ୍ରଡକ୍ଟକୁ ଏବେ ସେମାନଙ୍କର ନାମ ବଦଳାଇବାକୁ ପଡିବ। ଏହାକୁ ଚା’ ଭାବରେ ବିକ୍ରି ହୋଇପାରିବ ନାହିଁ। ବଜାରରେ ଉପଲବ୍ଧ ହର୍ବାଲ୍ ଟି, ରୁଇବୋସ୍ ଟି ଏବଂ ଫ୍ଲାଓ୍ବାର ଟି’ କୁ ଚା’ ଭାବରେ କହିବା ବେଆଇନ । ଏହାପରେ ବି ଯଦି ହର୍ବାଲ କିମ୍ବା ଗ୍ରୀନ୍ ଟି କହି ଚା’ ବିକ୍ରି କରନ୍ତି ତେବେ ତାହା ଭ୍ରମାତ୍ମକ ବିଜ୍ଞାନ ଓ ଭୁଲ ଲେବଲିଂ ବୋଲି କୁହାଯିବ। ଚା ପ୍ୟାକେଜରେ ପ୍ରକୃତ ନାମ ଲେଖିବା ବାଧ୍ୟତାମୂଳକ, ଭୁଲ ନାମକରଣକୁ ଭୁଲ ବ୍ରାଣ୍ଡିଂ ଭାବରେ ଗ୍ରହଣ କରାଯିବ। ଏହା ବ୍ୟତୀତ, ଅନ୍ୟ କୌଣସି ଉଦ୍ଭିଦ, ଔଷଧି କିମ୍ବା ଫୁଲରୁ ତିଆରି ପାନୀୟକୁ ‘ଚା’ କହିବାକୁ ଭୁଲ, ଭ୍ରାମକ ଏବଂ ଆଇନଗତ ଭାବରେ ଅନୁପଯୁକ୍ତ ବୋଲି ବିବେଚନା କରାଯିବ l FSSAI କହିଛି ଯେ ହର୍ବାଲ୍ ଟି, ରୁଇବୋସ୍ ଟି ଏବଂ ଫ୍ଲାଓ୍ବାର ଟି ଭଳି ଅନେକ ଉତ୍ପାଦ ‘ଚା’ ଲେବଲ୍ ଅଧୀନରେ ବଜାରରେ ବିକ୍ରି ହେଉଛି, ଯଦିଓ ସେଗୁଡ଼ିକ ପ୍ରକୃତରେ ଚା’ ନୁହେଁ।ଏବେ ଆଉ ସେମାନେ ଚା’ ର ନାମ ବ୍ୟବହାର କରିପାରିବେ ନାହିଁ l

Leave a Reply

Your email address will not be published. Required fields are marked *