ଭାରତୀୟ ସେନାଙ୍କୁ ସୋସିଆଲ୍ ମିଡିଆ ବ୍ୟବହାର ପାଇଁ ଅନୁମତି ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତୀୟ ସେନାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ଥିବା ପ୍ରତିବନ୍ଧକରେ ପରିବର୍ତନ କରି ସୋସିଆଲ୍ ମିଡ଼ିଆ ବ୍ୟବହାର ପାଇଁ ଅନୁମତି ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏବେ ସେନା, ସୈନିକ ଏବଂ ଅଧିକାରୀମାନେ କେବଳ ଦେଖିବା ଏବଂ ତଦାରଖ କରିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ । ସେମାନେ କୌଣସି ପୋଷ୍ଟ କରିପାରିବେ ନାହିଁ କିମ୍ବା କୌଣସି ପୋଷ୍ଟକୁ ଲାଇକ୍ କରିପାରିବେ ନାହିଁ । ରିପୋର୍ଟ ଅନୁଯାୟୀ, ଡିଜିଟାଲ କାର୍ଯ୍ୟକଳାପ ସମ୍ପର୍କରେ ସେନା ପାଇଁ ପୂର୍ବରୁ ପ୍ରଯୁଜ୍ୟ ଅନ୍ୟ ସମସ୍ତ ନିୟମ ସମାନ ରହିବ । ଏହି ନିର୍ଦ୍ଦେଶ ସେନାର ସମସ୍ତ ୟୁନିଟ୍ ଏବଂ ବିଭାଗକୁ ଜାରି କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ସୈନିକମାନଙ୍କୁ ସୋସିଆଲ ମିଡିଆରେ ଥିବା ବିଷୟବସ୍ତୁ ଦେଖବା, ସୂଚନା ସଂଗ୍ରହ କରିବା ପାଇଁ ଅନୁମତି ଦେବା, ଯାହା ଦ୍ବାରା ସେମାନେ ନକଲି ବିଷୟବସ୍ତୁକୁ ଚିହ୍ନି ପାରିବେ ।
ନୂଆ ନିୟମ ଅନୁଯାୟୀ, ସୈନିକମାନେ ସୋସିଆଲ୍ ମିଡିଆରେ ନକଲି କିମ୍ବା ସନ୍ଦେହଜନକ ପୋଷ୍ଟ ବିଷୟରେ ସୋମାନଙ୍କ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରିପାରିବେ । ଭାରତୀୟ ସେନା ସମୟ ସମୟରେ ଫେସବୁକ୍, ଟ୍ବିଟର ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ସମ୍ପର୍କରେ ନର୍ଦ୍ଦେଶାବଳୀ ଜାରି କରିଛି, ଯାହା ପୂର୍ବରୁ ସୁରକ୍ଷା ଦ୍ରୁଷ୍ଟିରୁ ପ୍ରତିବଦ୍ଧିତ ଥିଲା ।ବିଦେଶୀ ଏଜେନ୍ସି ଦ୍ବାରା ବିଛାଯାଇଥିବା ଜାଲରେ ପଡି କିଛି ସୈନିକ ଅଜାଣତରେ ସମ୍ବେଦନଶୀଳ ସୂଚନା ଲିକ୍ କରୁଥିବା ଅନେକ ମାମଲାକୁ ଦ୍ରୁଷ୍ଟିରେ ରଖି ପୂର୍ଵରୁ କଠୋର ନିୟମାବଳୀ ଲାଗୁ ହୋଇଥିଲା l

Leave a Reply

Your email address will not be published. Required fields are marked *