ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ ପାର୍କିଂରୁ ତଳକୁ ଖସିଲାପଡିଲା ବୋଲେରୋ

ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍‌ ପାର୍କିଂରୁ ତଳକୁ ଖସିପଡ଼ିଛି ଏକ ବୋଲେରୋ। ଭାରସାମ୍ୟ ହରାଇ ଓଡି ୦୧ ଏସି ୪୫୧୬ ନମ୍ବର ବିଶିଷ୍ଟ ବୋଲେରୋଟି ଗୋଟିଏ ମହଲାରୁ ତଳକୁ ଖସିପଡ଼ିଛି । ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଗୁରୁତର ଥିବା ଡ୍ରାଇଭର ଜଣକ ଭଦ୍ରକ ବାଲେଶ୍ଵରର ସଞ୍ଜୟ ସେଠୀ ।ମିଳିଥିବା ସୂଚନା ଅନୁସାରେ ସଞ୍ଜୟ ଗାଡ଼ିକୁ ପଛକୁ ପାର୍କିଂ କରୁଥିବା ବେଳେ ଭାରସାମ୍ୟ ହାରାଇ ଗାଡ଼ି ତଳକୁ ପଡ଼ି ଯାଇଥିବା ସୂଚନା ମିଳିଛି । ଅପରପକ୍ଷରେ ବଲ୍ଲଭ ମଲ୍ଟି ଲେବଲ କାର୍ ପାର୍କିଂରେ ସୁରକ୍ଷା ପ୍ରତି ଦୃଷ୍ଟି ଦିଆ ଯାଇ ନ ଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି। ପ୍ରତ୍ୟେକ ଦିନ ହଜାର ହଜାର ଗାଡ଼ି ପାକିଁ ପାଇଁ ଆସୁଥିଲେ ମଧ୍ୟ ଅନେକ ସମସ୍ୟା ଭୋଗୁଛିନ୍ତି । ମାତ୍ର ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *