ତେଜସ୍ବୀ ଯାଦବ ହେଲେ ଆରଜେଡି ର କାର୍ଯ୍ୟକାରୀ ସଭାପତି

ଭୁବନେଶ୍ୱର: ତେଜସ୍ବୀ ଯାଦବ ହେଲେ ଆରଜେଡି ର କାର୍ଯ୍ୟକାରୀ ସଭାପତି। ପାଟନାରେ ଆୟୋଜିତ ଆରଜେଡିର ଜାତୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତେଜସ୍ବୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।ଏହି ଅବସରରେ ତେଜସ୍ବୀଙ୍କ ମା’ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରବଡି ଦେବୀ ଉପସ୍ଥିତ ଥିଲେ । ତେଜସ୍ବୀଙ୍କ ଏହି ଉତ୍ତରଣ ଦଳର ସାଂଗଠନିକ ବିନ୍ୟାସକୁ ସୁଦୃଢ଼ କରିବା ସହ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ତେଜସ୍ବୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ।ଗତ ବିଧାନସଭା ନିର୍ବାଚନ ପରେ ନିଜକୁ ରାଜନୀତିକୁ ଦୂରେଇବା ସହ ଏହି ପରାଜୟ ଲାଗି ତେଜସ୍ବୀଙ୍କୁ ଦାୟୀ କରିଥିଲେ ସେ । ୨୦୧୫ରେ ପ୍ରଥମ ଥର ଲାଗି ତେଜସ୍ବୀ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏହାସହ ସଡ଼କ ଓ ପୂର୍ତ୍ତ ବିଭାଗ ଦାୟିତ୍ବ ସମ୍ଭାଳି ଥିଲେ । ୨୦୨୨ରେ ପୁଣି ଥରେ ତେଜସ୍ବୀ ନୀତୀଶ କୁମାରଙ୍କ ଅଧୀନରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *