ରାଜ୍ୟରେ ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ୧୩୬୩ଟି ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ପଦବୀରେ ନିଯୁକ୍ତି ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହି ନିଯୁକ୍ତି ରାଜ୍ୟର ୩୦ଟି ଜିଲ୍ଲାରେ କରାଯିବ, ଯାହା ଯୁବମାନଙ୍କ ପାଇଁ ବଡ଼ ସୁଯୋଗ ଆଣିଛି। ଏହି ନିଷ୍ପତ୍ତି ଅର୍ଥ ବିଭାଗର ପ୍ରଧାନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି l ଏହି ପଦବୀଗୁଡ଼ିକୁ ରାଜ୍ୟର ୩୦ଟି ଜିଲ୍ଲାରେ ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ କରାଯିବ ।
ସୂଚନା ଅନୁସାରେ, ସମସ୍ତ ପଦବୀ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରାଯିବ। ଜିଲ୍ଲା ଅନୁସାରେ ଖାଲି ପଦବୀ ବିବରଣୀ ସହିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, SEBC, ମହିଳା, ନିଶକ୍ତଜନ, ପୂର୍ବ ସେନା ସଦସ୍ୟ ଓ କ୍ରୀଡ଼ାବିଦଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ନିର୍ଦ୍ଦିଷ୍ଟ କରାଯାଇଛି। ଜିଲ୍ଲାପାଳମାନଙ୍କୁ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (OSSSC) ସହ ସମନ୍ୱୟ କରି ଶୀଘ୍ର ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ରାଜ୍ୟର ରେଭେନ୍ୟୁ ପ୍ରଶାସନକୁ ଆହୁରି ଶକ୍ତିଶାଳୀ କରାଯିବା ସହ ସାଧାରଣ ଲୋକଙ୍କୁ ସେବା ଦେବାରେ ଗତି ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *