ମଣିପୁର ନାଁରେ ହିଁ ମଣି ଅଛି: ମୋଦି

ମଣିପୁର: ମଣିପୁରର ଚୁରାଚନ୍ଦପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ।ମଣିପୁର ବିକାଶ ପଥରେ ଆଗେଇ ଚାଲିଛି କହିଲେ ମୋଦି। ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି। ମଣିପୁର ନାଁରେ ହିଁ ମଣି ଅଛି।ମଣିପୁର ସାହସ ଓ ଉତ୍ସାହର ଭୂମି। ମଣିପୁରକୁ ବିକାଶର ରାସ୍ତାରେ ନେଇ ଯିବା ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ୨୦୨୩ ମସିହା ହିଂସାରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ମଧ୍ୟରୁ ଗୋଟିଏ ହେଉଛି ଚୁରାଚାନ୍ଦପୁର। ସେଠାରେ ମୋଦୀ ଏକ ଜନସମାବେଶକୁ ସମ୍ବୋଧିତ କରି ଏପରି କହିଛନ୍ତି। “ମୁଁ ସମସ୍ତ ସଂଗଠନକୁ ଆପଣଙ୍କ ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଶାନ୍ତି ପଥରେ ଆଗେଇବାକୁ ଅନୁରୋଧ କରୁଛି। ଭାରତ ସରକାର ମଣିପୁରକୁ ବିକାଶ ପଥରେ ଆଗକୁ ନେବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଆସୁଛନ୍ତି’’ ବୋଲି ମଧ୍ୟ ମୋଦୀ କହିଛନ୍ତି।

ସୂଚନା ଅନୁଯାଇ ରାଜ୍ୟବ୍ୟାପୀ ସୁରକ୍ଷା କଡ଼ାକଡ଼ି ହୋଇଥିବା ସତ୍ତ୍ବେ ଚୁରାଚାନ୍ଦପୁରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ହୋଇଥିବା ସାଜସଜ୍ଜାକୁ କେତେକ ଦୁର୍ବୃତ୍ତ ନଷ୍ଟ କରିଥିବା ଖବର ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିଜେପି ଶାନ୍ତି ଓ ଉନ୍ନୟନର ପଦକ୍ଷେପ ବୋଲି ଦାବି କରିଥିବା ବେଳେ ମାତ୍ର କଂଗ୍ରେସ ଏହାକୁ ‘ପ୍ରତୀକାତ୍ମକ’ ଓ ସମସ୍ୟା ସମାଧାନରେ ବିଫଳ ଉଦ୍ୟମ ବୋଲି ଦର୍ଶାଇଛି ।

Leave a Reply

Your email address will not be published. Required fields are marked *