ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଲାଇସେନ୍ସ ହେବ ବାତିଲ :ବିଏମ୍‌ସି

ଭୁବନେଶ୍ୱର:ଭୁବନେଶ୍ଵର ମହାନଗର ନିଗମ ଅଂଚଳାଧିନରେ ରହିଥିବା ଭେଣ୍ଡିଂ ଜୋନ୍ ଓ ଓମ୍ଫେଡ୍ ବୁଥ୍ ରେ ନିଶା ଦ୍ରବ୍ୟ ଯେପରିକି ଗୁଟଖା, ସିଗେରେଟ, ପାନ ବିକ୍ରି କଲେ ବ୍ୟବସାୟୀଙ୍କ ଉପରେ ବିଏମସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି। ଏହି ନିୟମ ଯେଉଁ ବ୍ୟବସାୟୀ ଉଲଂଘନ କରିବେ ତାଙ୍କର ଲାଇସେନ୍ସ ବାତିଲ ନେଇ ମଧ୍ୟ କଡା ନିର୍ଦେଶ ଦେଇଛି ବିଏମସି।ଏହା ଛଡା ଅନ୍ୟ ଦୋକାନ ମାନଙ୍କୁ ମଧ୍ୟ ବିଏମସି ପକ୍ଷରୁ ଚଢ଼ାଉ କରାଯିବା ନେଇ ମଧ୍ୟ ସୂଚନା ମିଳିଛି।, କଲେଜ, ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନ ନିକଟରେ ବ୍ୟବସାୟୀ ମାନେ ବିକ୍ରୟ କରିବ ନାହିଁ ସେ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।ନିଶା ଦ୍ରବ୍ୟକୁ ଯାଞ୍ଚ କରିବା ନେଇ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ ଗଠନ କରାଯିବା ସହ ଏହାକୁ କଡାକଡି ଲାଗୁ କରିବା ପାଇଁ ବିଏମସି ସାଧରଣ ପରିଷଦ ବୈଠକ ରେ ନିଷ୍ପତି ହୋଇଛି।

Leave a Reply

Your email address will not be published. Required fields are marked *