ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ ପୀଠ

ଭୁବନେଶ୍ୱର:ଗତ ୫ ଦିନ ହେବ ଭରତପୁର ଜଙ୍ଗଲରୁ ୭ଟିକିଆ ହାତୀ ପଲ ଶିଖରଚଣ୍ଡୀ ମୁଣ୍ଡିଆକୁ ପଳାଇ ଆସିଥିଲେ । ସେମାନଙ୍କ ମଧ୍ୟରୁ ୨ଟି ହାତୀ ମୁଣ୍ଡିଆ ଉପରେ ରହି ଯାଇଥିଲେ। ବନ ବିଭାଗର ଉଦ୍ୟମ ସତ୍ତ୍ଵେ ସେମାନେ ଫେରୁ ନଥିଲେ। ଫଳରେ ବନ ବିଭାଗର ଚନ୍ଦକା ଓ ଭୁବନେଶ୍ୱର ଟିମ୍‌ ଡ୍ରୋନ୍‌ ସାହଯ୍ୟରେ ହାତୀକୁ ଟ୍ରାକିଂ କରିଥିଲେ। ସ୍ପେଶାଲ ଗ୍ରୁପ୍‌ ହୋଇ ହାତୀକୁ ଖୋଜା ଖୋଜି କରିଥିଲେ । ତଥାପି ଦନ୍ତା ୨ଟି ବୋଲ ମାନି ନଥିଲେ । ଗର୍ଜନ କରି ଜଙ୍ଗଲ ଭିତରକୁ ପଶିଯାଇଥିଲେ । ଅନ୍ୟପଟେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହାତୀଙ୍କୁ ନଘଉଡ଼ାଇଲା ପର୍ଯ୍ୟନ୍ତ ଶିଖରଚଣ୍ଡୀ ପୀଠ ବନ୍ଦ ରଖାଯାଇଥିଲା। ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଥିଲା।ରବିବାର ମଧ୍ୟ ଦୂରଦୂରାନ୍ତରୁ ଶତାଧିକ ପର୍ଯ୍ୟଟକ ଭୋଜି କରିବାକୁ ଆସି ପହଞ୍ଚିଥିଲେ । ଫାଟକରେ ତାଲା ପଡ଼ିଥିବାର ଦେଖି ଅନେକ ସମୟ ଅପେକ୍ଷା କରିଥିଲେ । ହାତୀ ପାଇଁ ତାଲା ପଡ଼ିଥିବା ଜାଣି ନିରାଶ ମନରେ ଅନ୍ୟ ପର୍ଯ୍ୟଟନସ୍ଥଳୀକୁ ପଳାଇ ଯାଇଥିଲେ। ଗତକାଲି ରାତି ତମାମ ବନ ବିଭାଗ ହାତୀଙ୍କୁ ଘଉଡ଼ାଇଥିଲା। ଆଜି ଭୋର୍ ୫ଟା ବେଳେ ଦୁଇ ଦନ୍ତା ହାତୀ ଭରତପୁର ଜଙ୍ଗଲକୁ ଫେରିଛନ୍ତି। ଏହାପରେ ପର୍ଯ୍ୟଟକଙ୍କ ପାଇଁ ଶିଖରଚଣ୍ଡୀ ପୀଠ ଖୋଲିଛି।

Leave a Reply

Your email address will not be published. Required fields are marked *