“ସ୍ୱାଧୀନତା”

              ଅଗଷ୍ଟ ଆସିଲେ ମନେ ପଡ଼ିଯାଏ 
                   ଦେଶ ସ୍ୱାଧୀନତା କଥା 
               ତ୍ରିରଙ୍ଗା ପତାକା ସବୁଠାରେ ଉଡ଼େ
                    ଟେକି ଦେଇ ତାର ମଥା,
               ଜାତୀୟ ସଙ୍ଗୀତ ଗୁଂଜରିତ ହୁଏ
                   ଗର୍ବରେ ଫୁଲଇ ଛାତି
               ନୂଆ ନୂଆ ପିଢ଼ି ଆଗକୁ ଆସନ୍ତି
                    ଧରି ଗଣତନ୍ତ୍ର ନୀତି |
               ଫୁଲମାଳ ନେଇ ବେକରେ ଦିଅନ୍ତି 
                     ପ୍ରତିମୂର୍ତ୍ତି ହସି ଉଠେ 
                ସ୍ୱାଧୀନତା ସ୍ୱାଦ କିପରି ବୁଝିବ 
                    କହେ ଥର ଥର କଣ୍ଠେ
                 ଅଗଷ୍ଟ ସରିଲେ ଯିଏ ଯାହା ଘରେ 
                     ସ୍ୱାର୍ଥରେ ଯାଆନ୍ତି ମାତି
                 ସେବାର ନାମରେ ରାଜନୀତି ଚାଲେ 
                       ପୋଷା ହୁଏ ପ୍ରିୟା ପ୍ରୀତି  |
                 ଅଳନ୍ଦୁ ଘେରରେ ତ୍ରିରଙ୍ଗା ପତାକା 
                        ଦିଏ ଜାତୀୟତା ବାର୍ତ୍ତା
                  ଦାଦନ ଶ୍ରମିକ ଫେରିଯାଏ ପୁଣି 
                         ଭାବି ଭାବି ସ୍ୱାଧୀନତା |
                                                               ସୁଧୀର କୁମାର ଦାସ 
                                                                ତରାବୋଇ, ଜଟଣୀ

Leave a Reply

Your email address will not be published. Required fields are marked *